Odiapua.com

ଭଦ୍ରକ ଟ୍ରକ୍ ଓନର୍ସ ସିଣ୍ଡିକେଟ୍ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ଡାହାଣୀଗଢ଼ିଆ ସ୍ଥିତ “ଭଦ୍ରକ ଟ୍ରକ ଓନର୍ସ ସିଣ୍ଡିକେଟ’ ତରଫରୁ ମହତ୍ କାର୍ଯ୍ୟ “ରକ୍ତଦାନ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ରକ୍ତଦାତା ମାନଙ୍କ ନିଷ୍ଠା, ସାହସ ଓ ସେବାଭାବକୁ ସ୍ୱାଗତ କରି ସେମାନଙ୍କର ମନୋବଳକୁ ଦୃଢ଼ କରିବା ସହ ରକ୍ତଦାନ କେବଳ ଜୀବନ ବଂଚାଏ ନୁହେଁ, ଏହା ମାନବତାର ସତ୍ୟ ସେବା। ଏମିତି ସେବାକାର୍ଯ୍ୟରେ ସାମିଲ ସମସ୍ତ ରକ୍ତଦାତାଙ୍କ ପ୍ରତି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଣ୍ଡିକେଟ ର କର୍ମକର୍ତା ଓ ସଦସ୍ୟ ବୃନ୍ଦ ଏବଂ ଛାତ୍ର ନେତା କାମେଶ ବାରିକ ଉପସ୍ଥିତ ଥିଲେ।