ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପୋଲିସ ପକ୍ଷରୁ କିଶୋରୀ ବାଳିକାମାନଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସାମାଜିକ ବିଭ୍ରାଟ ରୁ ଦୂରେଇ ରଖିବା ପାଇଁ ଆରମ୍ଭ ହୋଇଥିବା ଅଭିନବ ପ୍ରୟାସ ‘ଜୁଭେଂଟିକା’ ଏକ ସଚେତନତା ଶିବିର ଭଦ୍ରକ ସହରାଂଚଳ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। କିଶୋରୀ ବାଳିକାମାନେ କିପରି ସମାଜରେ ନିଜକୁ ସୁରକ୍ଷିତ ରଖିପାରିବେ ଏବଂ କୌଣସି ପ୍ରକାରର ପ୍ରଲୋଭନ ବା ଖରାପ ମାର୍ଗକୁ ନ ଯିବେ, ସେ ନେଇ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଛି।ଓଡିଶା ଡିଜି ଙ୍କ ଭରଚୁଆଲ ମୁଡ଼ର ଉଦଘାଟନକୁ କିଶୋରୀ ବାଳିକା, ଅଙ୍ଗନବାଡି କର୍ମକର୍ତାମାନେ ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ଏସ ପି ମନୋଜ ରାଉତ ମୁଖ୍ୟ ଭୂମିକା ଗ୍ରହଣ କରି ବାଳିକାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ, ଆଜିର ସମୟରେ କିଶୋରୀମାନେ ଅନେକ ସମୟରେ ଅଜାଣତରେ ସୋସିଆଲ ମିଡିଆ ବା ଅନ୍ୟାନ୍ୟ କାରଣରୁ ଭୁଲ ବାଟକୁ ଚାଲିଯାଉଛନ୍ତି। ଏଥିରୁ ବର୍ତିବା ପାଇଁ ସଚେତନତା ହିଁ ଏକମାତ୍ର ମାଧ୍ୟମ। ସେହିପରି ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ଙ୍କ ସମେତ ଅଙ୍ଗନବାଡି କର୍ମୀ ମଧ୍ୟ ଉପସ୍ଥିତ ରହି ବାଳିକାମାନଙ୍କୁ ଆଇନଗତ ସୁରକ୍ଷା ଏବଂ ପୋଲିସର ସହାୟତା ନେବା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଇଂଟରନେଟ୍ ଏବଂ ସୋସିଆଲ ମିଡିଆ ବ୍ୟବହାର ସମୟରେ କିପରି ସତର୍କ ରହିବେ। କୌଣସି ବିପଦ ସମୟରେ ଭୟଭୀତ ନ ହୋଇ ତୁରନ୍ତ ପୋଲିସ ବା ଅଭିଭାବକଙ୍କୁ ଜଣାଇବା। ସାମାଜିକ କୁସଂସ୍କାର ଏବଂ ପ୍ରଲୋଭନକାରୀ ବନ୍ଧୁତାଠାରୁ ଦୂରରେ ରହି ନିଜର କ୍ୟାରିୟର ଉପରେ ଧ୍ୟାନ ଦେବା। ଜୁଭେଂଟିକା’ କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ସାଧାରଣ ଜନତା, ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବା ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି ଅବସରରେ ଥାନାର ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଅଂଚଳର ବହୁ କିଶୋରୀ ବାଳିକା ଯୋଗ ଦେଇଥିଲେ। ପରେ ଥାନା ପରିସର ରେ କିଶୋରୀ ବାଳିକା ଙ୍କୁ ବିଭିନ୍ନ ବିଭାଗ ବୁଲାଇ ଦେଖା ଯାଇଥିଲା ।
ଭଦ୍ରକ ଟାଉନ ଥାନାରେ ‘ଜୁଭେଂଟିକା’ କାର୍ଯ୍ୟକ୍ରମ, କିଶୋରୀ ବାଳିକାଙ୍କୁ ସୁରକ୍ଷା ଓ ସଚେତନତାର ପାଠ ପଢ଼ାଇଲେ ଏସପି
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????