Odiapua.com

ଭଦ୍ରକ ଟାଉନ କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ୧୯ ନମ୍ବର ୱାର୍ଡରେ ଥିବା ଖେଳପଡ଼ିଆରେ ନିର୍ମାଣ ହେବାକୁ ଥିବା ହଷ୍ଟେଲ ଗୃହକୁ ଭଦ୍ରକ ଟାଉନ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ୧୯ ନଂ ୱାର୍ଡ ଓ ୧୪ ନଂ ୱାର୍ଡ଼ରେ ଥିବା ଟ୍ରେନିଂ ସ୍କୁଲ ପଡ଼ିଆ ନାମରେ ପରିଚିତ ଏହି ପଡ଼ିଆକୁ ସ୍ଥାନୀୟ ଅଧିବାସୀ ଖେଳପଡ଼ିଆ ଭାବରେ ବ୍ୟବହାର କରିଆସୁଛନ୍ତି । ଏହି ପଡ଼ିଆରେ ସଂଖ୍ୟାଲଘୁ ଶ୍ରେଣୀ ପକ୍ଷରୁ ତାଜିଆ, ଜୁଲୁସ୍ ଆଦି ରଖାଯାଇଥାଏ । ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଏହି ପଡ଼ିଆରେ ହୋଇଥାଏ । ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଡ଼ିଆରେ ହଷ୍ଟେଲ ଗୃହ ନିର୍ମାଣ କରାଯିବା ପାଇଁ ଟେଣ୍ଡର କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ପଡ଼ିଆର ଉନ୍ନତିକରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁରୋଧ କ୍ରମେ ପୌରପାଳିକା ପାଇଁ ୧୧ ଲକ୍ଷ ଯଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ଟାଉନ କଂଗ୍ରେସ ଏହାକୁ ସମର୍ଥନ କରୁଥିବା ବେଳେ ହଷ୍ଟେଲ ନିର୍ମାଣକୁ ବିରୋଧ କରି ଏହି ଦାବିପତ୍ର ପ୍ରଦାନ କରିଛି । ଅନ୍ୟପକ୍ଷରେ ଏହି ହଷ୍ଟେଲ ଅନ୍ୟତ୍ର ସରକାରୀ ଜାଗାରେ ନିର୍ମାଣ କରାଗଲେ କଂଗ୍ରେସ ଏହାକୁ ସ୍ୱାଗତ କରିବ ବୋଲି କୁହାଯାଇଛି । ଏହି ଦାବିପତ୍ର ପ୍ରଦାନରେ ଅବଦୁଲ ମୁକିତ୍ ଖାଁ, ଅସ୍‌ରପ୍ ଅଲୀ ଖାଁ, ଦେବେନ୍ଦ୍ର କୁମାର ମହାନ୍ତି, ରାଜୀବ ଗାନ୍ଧି ପଞ୍ଚାୟତରାଜ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ତନ୍‌ଭିର ଖାନ୍‌, ଏନାମୁଲ ହକ୍‌, ସେକ୍ ସୋହେଲ କାଦ୍ରୀ, ଜାହିଦ୍ ସାହା, ପୁଷ୍ପରାଜ ଲାହା, ସେକ୍ ତବାରକ୍‌, ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ରଂଜନ ଜେନା, ଟୋନି ଅଲୀ, ମତଲୁବ୍ ଖାଁ, ରାଜୁ ରାୟ, ସେକ୍ ସିରାଜୁଦ୍ଦିନ, ମୀର୍ଜା ଏକ୍‌ରାମ, କୃଷ୍ଣଚନ୍ଦ୍ର ବେହେରା, ମୀର ସବିର, ସେକ୍ ନୁର ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।