Odiapua.com

ଭଦ୍ରକ ଜେଲ୍ ପରିସରରେ ସାବିତ୍ରୀ ବ୍ରତ ପାଳିଲେ ମହିଳା ବନ୍ଦୀ

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ପରି ଚଳିତ ବର୍ଷ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ମଧ୍ୟରେ ନିରାଡମ୍ବର ଭାବେ ପାଳିତ ହୋଇଛି ସାବିତ୍ରୀ ବ୍ରତ । କୋଭିଡ୍ କଟକଣା ମଧ୍ୟରେ ସଧବା ବ୍ରତଧାରୀ ଅନ୍ତେବାସୀ ବନ୍ଦୀମାନେ ନିଜର ପତିଙ୍କର ଦୀର୍ଘ ତଥା ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳିବାର ବିଧି ଚଳିଆସୁଅଛୁ । ଉପବାସ ରଖିଥିବା ମହିଳା ବନ୍ଦୀମାନେ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ଜେଲ୍ ସମ୍ମୁଖରେ ଥିବା ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେମାନଙ୍କ ଉପବାସ ଫିଟାଇ ଜେଲ୍ ପକ୍ଷରୁ ଯୋଗାଇ ଦିଆଯାଉଥିବା ଫଳ ଆହାର କରି ବ୍ରତ ସମାପନ କରିଥାନ୍ତି । ଜେଲ୍ ଅଧୀକ୍ଷକଙ୍କ ପକ୍ଷରୁ ପ୍ରତିବର୍ଷ ନୂତନ ବସ୍ତ୍ର ଓ ପୂଜା ସାମଗ୍ରୀ ଯୋଗାଇ ଦିଆଯାଇଥାଏ । କିନ୍ତୁ ଚଳିତବର୍ଷ କରୋନା ମହାମାରୀ ପାଇଁ ବ୍ରତ ପାଳିଥିବା ଜେଲ୍‌ର ମହିଳା ବନ୍ଦୀ କଲ୍ୟାଣୀ ମଳିକ, ଇତିଶ୍ରୀ ପତି, ଲଳିତା ଘଡେଇ, ଜମ୍ବୁବତୀ ଜେନା ଓ ବନ୍ୟାରାଣୀ ଜେନା, ବର୍ଷାରାଣୀ ଜେନା, ଶୁଭେଶ୍ୱରୀ ପଟ୍ଟନାୟକ, ପୂର୍ଣ୍ଣିମା ଦାସ, ସୌଦାମିନୀ ଦାସ, ଭାରତୀ ମଲ୍ଲିକ, ରୀନା ମିଶ୍ର, ସଜନୀ ବେହୁରିଆ, ବିଜୟଲକ୍ଷ୍ମୀ ମହାପାତ୍ର, ରୀନା ମୁଣ୍ଡା, ଶୁକ ମହାଳିକ ପ୍ରମୁଖଙ୍କୁ ଜେଲ୍ ଫାଟକ ବାହାରେ ଥିବା ଶିବ ମନ୍ଦିରକୁ ନିଆନଯାଇ ପୂଜକଙ୍କ ଦ୍ୱାରା ପୂଜା ସମାପନ ପରେ ଜେଲ୍ ମଧ୍ୟରେ ସେମାନଙ୍କୁ ବ୍ରତ ଓ ନୂତନ ବସ୍ତ୍ର ପ୍ରଦାନ କରାଯାଇଛି । ଏ ସମସ୍ତ କାର୍ଯ୍ୟ ଜେଲ୍ ଅଧୀକ୍ଷକ ଋଷିନାଥ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମହିଳା ୱାର୍ଡର ରଂଜୁଲତା ରାଉତ ଓ ହେଡ୍ ୱାର୍ଡର ଅରକ୍ଷିତ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।