ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଅଧୀନରେ ଥିବା ମାଇଁ ଭାରତ ସଂଗଠନ ସହଯୋଗରେ ଶୁଭମ ସୋଛାସେବୀ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ମଣ୍ଡଳ ବିକାଶ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଛ।ଏହି ସମ୍ମିଳନୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଶୁଭମ ସୋଛାସେବୀ ସଂଗଠନର ସଭାପତି ହୃଷିକେଶ ବାରିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ,ସମ୍ମାନିତ ଅତିଥିଭାବେ ଜିଲ୍ଲା ଯୁବ ଅଧିକାରୀ ଏମ ବିଗ୍ନେଶ, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥିଭାବେ ସମାଜସେବୀ ସୁମନ୍ତ ମହାନ୍ତି ଓ ସମ୍ମାନିତ ଅତିଥିଭାବେ ଯୁବ ସାମାଜିକ କର୍ମୀ ଅରୂପ ଦଳାଇ ପ୍ରମୁଖ ଯୋଗ ଦେଇ, ଏହି ଅଭିଯାନ କିପରି ଯୁବ ସମାଜ କୁ ଜନ ସେବାରେ ବ୍ରତି ହେବା ପାଇଁ ଉତ୍ସାହିତ କରୁଛି, ସେହି ବିଷୟରେ ଆଲୋଚନା କରିବା ସହିତ ଆଜିର ଯୁବ ସମାଜ ରାଷ୍ଟ୍ର ନିର୍ମାଣରେ ତ୍ୟାଗ ପୂର୍ତ୍ତ ମନ ଭାବ ନେଇ କାର୍ଯ୍ୟ କରିଲେ, ସମାଜରେ ଅନେକ କିଛି ପରିବର୍ତନ ହୋଇ ପାରିବ ବୋଲି କହିଥିଲେ।ଏହି ଅବସରରେ ସମାଜସେବା ଏବଂ ଯୁବ ମଣ୍ଡଳର ବିକାଶ ଅଭିଯାନ କୁ ସଫଳ କରିଥିବା ସାମାଜିକ କର୍ମୀ ଦୀପ୍ତି ରଞ୍ଜନ ସାହୁ, ପ୍ରଦୀପ କୁମାର ଦାସ, ମାନସ ରଞ୍ଜନ ସାହୁ, ସତ୍ୟକାନ୍ତ ନାୟକ, ମଳୟ ମହାଳିକ,ରଶ୍ମି ରଞ୍ଜନ ସାହୁ, ତପ୍ତଦର୍ଶି ମହାନ୍ତି, ସତ୍ୟବାନ ମହାଳିକ ଓ ସମରେନ୍ଦ୍ର ଦାସ ପ୍ରମୁଖ ଙ୍କୁ ଜିଲ୍ଲାପାଳ ସାର୍ଟିଫିକେଟ ଓ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ସଂଗଠନର ମୁଖ୍ୟ ସଂଯୋଜକ ଆନନ୍ଦ ଚନ୍ଦ୍ର ପଲାଇ, ଯୁବ ମଣ୍ଡଳର ବିକାଶ ଅଭିଯାନର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ସଂଗଠନର ସମ୍ପାଦକ ନରେନ୍ଦ୍ର କୁମାର ସାମଲ, ଅତିଥି ପରିଚୟ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।.ଏହି ଯୁବ ମଣ୍ଡଳ ବିକାଶ ଅଭିଯାନରେ ଜିଲ୍ଲାରେ ୫ ଗୋଟି ବ୍ଲକର ୫୨ ଗୋଟି ନୂତନ ଯୁବ ସଂଗଠନ ଗଠନ କରାଯାଇଥିଲ ।ାସେମାନଙ୍କର କର୍ମକର୍ତ୍ତା ମାନେ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ। .ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କୁ ପ୍ରଭାତ ଦାସ,ଜୟନ୍ତ ବାରିକ, ଗଙ୍ଗାଧର ଦାସ, ଧନ ନାୟକ ପ୍ରମୁଖ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।