Odiapua.com

ଭଦ୍ରକ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୫ ସମାରୋହ

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୫ ସମାରୋହ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ,ଓଡ଼ିଶା ସରକାରଙ୍କ ଆନୁକୁଲ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଜିଲାପାଳ ଦିଲିପ ରାଉତରାଏ,ଶ୍ରମ ଆୟୁକ୍ତ ସଚ୍ଚିଦାନନ୍ଦ ଜେନା,ଜିଲ୍ଲା ଶ୍ରମ ଅଧିକାରି ଦୀପ୍ତି ରଞ୍ଜନ ସାହୁ ଓ ପ୍ରତ୍ୟୁଶ କୁମାର ପ୍ରମୁଖ ଯୋଗଦେଇ ଶ୍ରମିକ ମାନେ ହେଉଛନ୍ତି ଦେଶ ଜାତିର ଗର୍ବ ଓ ଗୌରବ। ଇ ଶ୍ରମ କାର୍ଡ, ସର୍ବନିମ୍ନ ମଜୁରି, ଶ୍ରମିକ ସୁରକ୍ଷା ଆଇନ୍ ଆଦି ବିଷୟ ରେ ଅତିଥି ମାନେ ଆଲୋକପାତ କରିଥିଲେ। ଜିଲ୍ଲାର ୬୯୮ ଜଣ ଶ୍ରମିକଙ୍କୁ ୧ କୋଟି ୩୭ ଲକ୍ଷ ଉର୍ଦ୍ଧ ଟଙ୍କା ସହାୟତା ରାଶି ଏବଂ ଶ୍ରମ କାର୍ଡ ପ୍ରଦାନ କରି ରାଜ୍ୟ ଏବଂ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ବହୁ ଯୋଜନା ହାତ କୁ ନେଇ କାର୍ଯ୍ୟ କରିବା ସହ ସେମାନଙ୍କ ସାମାଜିକ, ସ୍ୱାସ୍ଥ୍ୟ, ଆର୍ôଥକ ଦିଗରେ ଅଗ୍ରଗତି ହେବା ଉପରେ ଗୁରୁତ୍ୱ ଦିଆଯାଇଛି।୨୦୩୬ ଏବଂ ୨୦୪୭ ରେ ରାଜ୍ୟ ଓ କେନ୍ଦ୍ର ଯେପରି ବିକଶିତ ରାଷ୍ଟ୍ରରେ ପହଂଚି ପାରିବେ ସେଥି ପାଇଁ ସମସ୍ତେ ସଂକଳ୍ପ ନେବାକୁ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।