Odiapua.com

ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କ ପରିଦର୍ଶନ

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ତଦାରଖ ନିମନ୍ତେ ଭଦ୍ରକ ଜିଳ୍ଲା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ୍ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବୁଥ୍ ପରିଦର୍ଶନ କରି ସମୀକ୍ଷା ବୈଠକରେ ଯୋଗଦେବା ସହିତ ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ କାର୍ଯ୍ୟାଳୟର ଅନ୍ୟ ଦୁଇ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ନିର୍ଦ୍ଦେଶକ ଶ୍ରୀଯୁକ୍ତ ସାମଲ କାର୍ଯ୍ୟାଳୟ କୋଠାର ସମସ୍ତ କକ୍ଷ ପରିଦର୍ଶନ କରି କାର୍ଯ୍ୟାଳୟ କୋଠାପାଇଁ ପ୍ରାଚୀର ଓ ଗେଟ୍ ନଥିବାରୁ ଅସାମାଜିକମାନଙ୍କ ଦ୍ୱାରା ଉପୁଜୁଥିବା ସମସ୍ୟା ବିଷୟରେ ଲୋକ ସମ୍ପର୍କ ଅଧିକାରୀଙ୍କ ଠାରୁ ଶୁଣିଥିଲେ । ଏଥିପାଇଁ ଜିଲ୍ଲା କାର୍ଯ୍ୟାଳୟରୁ ଯାଇଥିବା ଏଷ୍ଟିମେଟ୍ ଯଥାଶୀଘ୍ର ମଞ୍ଜୁର କରାଯାଇ ଅର୍ଥପ୍ରେରଣ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ସହିତ ଏହି କାର୍ଯ୍ୟପାଇଁ ତାଙ୍କ ସହିତ ଥିବା ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କୁ ସହଯୋଗ କରିବା ନିମନ୍ତେ କହିଥିଲେ ।