Odiapua.com

ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘର ବୈଠକ ଓ ଦ୍ୱି ବାର୍ଷିକ ନିର୍ବାଚନ, ସାମ୍ବାଦିକଙ୍କ ହକ୍ ପାଇଁ ବିଧାନ ସଭାରେ ଦାବି କରିବି- ସଞ୍ଜିବ ମଲ୍ଲିକ

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସମ୍ବାଦିକ ୟୁନିୟନ (ଓୟୁଜେ) ର ସାଧାରଣ ପରିଷଦ ବୈଠକ ଏବଂ ଦ୍ୱିବାର୍ଷିକ ନିର୍ବାଚନ ଆଜି ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ସାଙ୍ଗଠନିକ ଆଲୋଚନା ସଭାକୁ ପୂର୍ବତନ ସଭାପତି ଗୌରହରି ନାୟକ ପରିଚାଳନା କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ସାମ୍ବାଦିକ ମାନେ ଦେଶ,ରାଜ୍ୟ ଓ ଗ୍ରମାଞ୍ଚଳରେ ଘଟୁଥିବା ବିଭିନ୍ନ ସମସ୍ୟାକୁ ଲୋକ ଲୋଚନକୁ ଆଣି ତାର ସମାଧାନ ଦିଗରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ବିମା ରାଶି ବୃଦ୍ଧି ଏବଂ ପେନସନ୍ ଲାଗୁ କରିବା ନେଇ ବିଧାନସଭାରେ ଦାବି ଉଠାଇବେ ବୋଲି କହିଥିଲେ । ସ୍ୱତନ୍ତ୍ର ଅତିଥି ପ୍ରତିଷ୍ଠିତ ସଭ୍ୟ ନାରାୟଣ ଚନ୍ଦ୍ର ବାରିକ ଓୟୁଜେ ଗଠନର ଅତୀତ ଭବିଷ୍ୟତ ଉପରେ ମତ ରଖି ଜିଲ୍ଲାର ଅବଦାନ ମହତ୍ୱପୂର୍ଣ୍ଣ ବୋଲି କହିଥିବା ବେଳେ ସମ୍ବାଦିକ ମାନେ ଏକ ସତନ୍ତ୍ର ପରିଚୟ ବଜାୟ ରଖିଥିବା ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଆଇନଜିବୀ ଅମର ବାରିକ, ରାଜ୍ୟ ନେତୃତ୍ୱ କିଷାନ ରାଉତ କାର୍ଯ୍ୟ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିବା ସମ୍ବାଦିକଙ୍କ ବିଭିନ୍ନ ଦିଗ ଉପରେ ମତ ରଖିଥିଲେ । ପୂର୍ବତନ ସମ୍ପାଦକ ଗୌରହରି ନାୟକଙ୍କ ମଂଚ ସଂଯୋଜନାରେ ପ୍ରିୟଦର୍ଶନ ବୋଇତି, ହେମନ୍ତ ସିଂହ, ଜଗବନ୍ଧୁ ବେହେରା, ବୈକୁଣ୍ଠ ସାହୁ ପ୍ରମୁଖ ସାଂଗଠନିକ ଅଭିମତ ରଖିଥିଲେ । ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ସାଂଗଠନିକ ପଦାଧିକାରୀ ଚୟନ କରାଯାଇଥିଲା । ଜିଲ୍ଲା ନିର୍ବାଚନ ପ୍ରଭାରୀ କିଷାନ ରାଉତ୍ ଏହାକୁ ପରିଚାଳନା କରିଥିଲେ । ସଭାପତି ଭାବେ ପ୍ରିୟଦର୍ଶନୀ ବୋଇତ୍‌, କାର୍ଯ୍ୟକାରୀ ସଭାପତି ହେମନ୍ତ ସିଂହ, ସାଧାରଣ ସଂପାଦକ ଜଗବନ୍ଧୁ ବେହେରା, ସଂଗଠନ ସଂପାଦକ ବୈକୁଣ୍ଠ ସାହୁ, ଉପ-ସଭାପତି ନାରାୟଣ ପ୍ରସାଦ ବାରିକ, ପ୍ରଭାତ ରାଉଳ, ଅଶୋକ ପଣ୍ଡା, ଦିଗମ୍ବର ଜେନା, ଦିନବନ୍ଧୁ ଦାସ, ପାର୍ଥ ସାରଥୀ ନାୟକ, ଅକ୍ଷୟ ଦାସ ସଂପାଦକ ଭାବେ ବିଭୂତି ଗ୍ରହାଚାର୍ଯ୍ୟ, ପ୍ରଦୀପ୍ତ ମହାନ୍ତି, ଗଣେଶ ମହାନ୍ତି, ନିତ୍ୟାନନ୍ଦ ଜେନା, ବାସୁଦେବ ଦାସ, ପ୍ରତାପ ଆନ୍ଧିଆ, ସାନ୍ତୁନୁ ପଣ୍ଡା, ଦିପ୍ତି ରଞ୍ଜନ ସାହୁ, ଅଜୟ ପଣ୍ଡା, ଆଶିଷ ପାଢୀ, ରାଜେଶ ଦାସ ଏବଂ କୋଷାଧ୍ୟକ୍ଷ ଭାବେ ଜୟ ଜଗନ୍ନାଥ ମଲ୍ଲିକ ମନୋନୀତ ହୋଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀରେ କଷ୍ଣ ଚନ୍ଦ୍ର ଜେନା, ଜାତୀୟ କାର୍ଯ୍ୟକାରିଣୀରେ ରମାକାନ୍ତ ଡାଙ୍ଗୁଆ, ଟ୍ରିବୁନାଲ୍ ଅଧ୍ୟକ୍ଷ ଭାବେ ଗୌରହରି ନାୟକ, ଆଇନ ପରାମର୍ଶଦାତା ଅଧ୍ୟକ୍ଷ ଅରୁଣ ମହାନ୍ତି ପ୍ରମୁଖ କମିଟିରେ ରହିଛନ୍ତି । ଏହି ଅବସରରେ ବିଦାୟୀ ଓ ନୂତନ ପଦାଧିକାରୀଙ୍କୁ ଉତରୀୟ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓୟୁଜେ ରାଜ୍ୟ ସଭାପତି ପ୍ରଶନ୍ନ ମହାନ୍ତି ଭିଡିଓ ବାର୍ତା ଯୋଗେ ସଂଘ ଗଠନରେ ଜିଲ୍ଲାର ଦିବ୍ୟଙ୍ଗତ ଓ ବର୍ତମାନର କର୍ମକର୍ତାଙ୍କ ଉଦ୍ୟମକୁ ଉଚ୍ଚ ପ୍ରସଶାଂ କରିଥିବା ବେଳେ ନୂତନ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।