Odiapua.com

ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ସେବା ସମ୍ମାନରେ ସମ୍ବର୍ଦ୍ଧିତ

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭୁବନେଶ୍ୱର ରାଜଧାନୀରେ ଆୟୋଜିତ ଏକ ବିଶେଷ ରାଜଧାନୀ ଭୁବନେଶ୍ୱରର ଅଗ୍ରୀଣ ପ୍ରେସ ଦ ରିପବ୍ଲିକ ହିନ୍ଦୁସ୍ତାନ,ନିଜର ପ୍ରତିଷ୍ଠା ଦିବସ ଉପଲକ୍ଷେ ସାମାଜିକ ଅନୁଷ୍ଠାନରେ ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସମାଜସେବୀ ସଂଗଠନ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ “ସେବା ସମ୍ମାନ” ରେ ସମ୍ମାନିତ କରାଯାଇଛି। ଏହି ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ଦୀର୍ଘ ୬ ବର୍ଷ ଧରି ଜିଲ୍ଲା ଓ ରାଜ୍ୟ ବାହାରରେ ଅସହାୟ, ଗରିବ ଓ ନିଷ୍ପେସିତ ଲୋକମାନଙ୍କୁ ନିରନ୍ତର ସହାୟତା ଓ ରକ୍ତ ଦାନ କରି ସେବା,ବୃକ୍ଷ ରୋପଣ,ଜଳ ଛତ୍ର ବଂଟନ,ଚକ୍ଷୁ ପରୀକ୍ଷା ଶିବିର, ରକ୍ତ ଦାନ ଶିବିର, ରନ୍ଧା ଖାଦ୍ୟ ବଂଟନ,ସଡ଼କ ସୁରକ୍ଷା ସଚେତନ ଶିବିର,କର୍କଟ ରୁଗୀଙ୍କୁ ସହାୟତା ରାଶି,ମାଗଣା ଶିକ୍ଷାଦାନ ସହାୟତା,ଶିକ୍ଷା ବସ୍ତୁ ସହାୟତା,ବନ୍ୟା ପ୍ରଭାବିତ ଅଂଚଳକୁ ଶୁଖିଲା ଖାଦ୍ୟ ବଂଟନ, ଘର ପୁଡ଼ି ସହାୟତା,ବସ୍ତ୍ର ବଂଟନ, ସଫେଇ କାର୍ଯ୍ୟକ୍ରମ,ମାଗଣା ମୂତିଆ ବିନ୍ଧୁ ଚିକିତ୍ସା ଶିବିର,ସ୍ୱାସ୍ଥ୍ୟ ସେବା ଶିବିର,ନିଶା ନିବାରଣ ବା ମଦ ମୁକ୍ତ ଅଭିଯାନ,ସାମାଜିକ ସଚେତନ କାର୍ଯ୍ୟକ୍ରମ,ସ୍ୱଚ୍ଛତା ଅଭିଯାନ,ଯୋଗାଇ ଆସୁଛି। ସଂଗଠନର ଏହି ମାନବତାମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରେସ ଦ ରିପବ୍ଲିକ ହିନ୍ଦୁସ୍ତାନ ପକ୍ଷରୁ ସମ୍ମାନ ସହ ସମ୍ବର୍ଦ୍ଧନା କରାଯାଇଥିଲା। ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପୂର୍ବତନ ସାଚନ ସଚିବ ଅନୁପ ସାରେ , ସମ୍ମାନିତ ଅତିଥି ବରିଷ୍ଟ ସାମ୍ବାଦିକ ସୁମନ୍ତ କୁମାର ଦାଶ, ପ୍ରେସ ଦ ରିପବ୍ଲିକ ହିନ୍ଦୁସ୍ତାନ ର ପ୍ରତିଷ୍ଠାତା -ପ୍ରସନ୍ନ କୁମାର ଦାଶ,ମୁଖ୍ୟ ବକ୍ତା -ଶ୍ରଦ୍ଧାଞ୍ଜଳି ରାୟ ,ସମ୍ମାନିତ ଅତିଥି କଲ୍ୟାଣୀ ମାଡମ,ବର୍ଷା ମାଡ଼ାମ୍‌, ଅତିଥି ଭାବେ ଯୋଗଦେଇଥିଲେ। ସନ୍ମାନିତ ଅତିଥି ଭାବେ ସମ୍ମାନିତ ଅତିଥି ବରିଷ୍ଟ ସାମ୍ବାଦିକ ଶ୍ରୀ ସୁମନ୍ତ କୁମାର ଦାଶ ଉପସ୍ଥିତ ରହିଥିଲେ। ଏହି ଅବସରରେ ସମସ୍ତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ସଂଗଠନର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଦର୍ଶନ ବିଭାଗର ବାବାମଣି ଡ଼ିଗ୍ରୀ ମହାବିଦ୍ୟାଳୟ ର ଗୁରୁଜୀ ନିକୁଞ୍ଜ କିଶୋର ଜେନା ,ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ସଂସ୍କୃତ ବିଭାଗର ଅଧ୍ୟାପକ ବିଜୟ କୁମାର ଦାଶ, ସଂଗଠନର ସଭାପତି ମିଥୁନ ଯେନା,ସକ୍ରିୟ ସଦସ୍ୟା ଏଲିଲତା ନାୟକ,ମୁଖ୍ୟ ସହଯୋଗୀ ଦୀପ୍ତି ରଞ୍ଜନ ବିଶ୍ୱାଳ ସହ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ପୁଷ୍ପଗଛ, ଉତରୀୟ ଓ ଶ୍ରୀ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସେବା ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।