Odiapua.com

ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ସଂଗଠନ ଦାୟୀତ୍ୱରେ ରାକେଶ

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ରାକେଶ ସାହୁଙ୍କୁ ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ସଂଗଠନର ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ଓ ସଭାପତିଙ୍କ ଅନୁମୋଦନକ୍ରମେ ଏହି ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର ଅନ୍ୟତମ ଦକ୍ଷ ଯୁବ ସଂଗଠକ ତଥା ଅଗ୍ନୀବର୍ଷୀ ଭାଷଣ ପାଇଁ ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାକେଶ ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସର ଦାୟିତ୍ୱ ପାଇବା ପରେ ଜିଲ୍ଲା ଯୁବ କଂଗ୍ରେସ ମହଲରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି ।