Odiapua.com

ଭଦ୍ରକ ଜିଲ୍ଲା ଯୁବଯାଦବ ମହାସଭା ପକ୍ଷରୁ ଦୁଇଦିନ ବ୍ୟାପୀ – ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ଭଦ୍ରକ ଜିଲ୍ଲା ଉତ୍କଳ ଯୁବ ଯାଦବ ମହାସଭା ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଉତ୍ସବ ସ୍ଥାନୀୟ ବାଇପାସଠାରେ ଅବସ୍ଥିତ ନୂତନ କରି ଉଦ୍‌ଘାଟିତ ଯୁବଯାଦବ କାର୍ଯ୍ୟାଳୟଠାରେ ସରକାରୀ କୋଭିଡ ଗାଇଡନୁଯାୟୀ ସାମାଜିକ ଦୂରତା ରଖାଯାଇ ନିରାଡମ୍ବର ସହିତ ପାଳିତ ହୋଇଯାଇଛି। ବିଧିବଧଭାବେ ପ୍ରଭୂ ଶ୍ରୀ କୃଷ୍ମଙ୍କ ପାଖରେ ପ୍ରଥମେ ପୂଜାର୍ଚ୍ଚନା କରାଯିବା ସହିତ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଥିଲା। ଜିଲ୍ଲା ଯୁବ ଯାଦବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଉଦ୍‌ଘାଟକଭାବେ ଜିଲ୍ଲା ସଭାପତି ନାଟ୍ୟକାର ଅଧ୍ୟାପକ ସୁଧାଂଶୁ ନାୟକ, ମୁଖ୍ୟଅତିଥିଭାବେ ପି-ଏନ-ବି-ର ଜୋନାଲ ମୁଖ୍ୟ ଉମାକାନ୍ତ ଦାସ, ବିଶିଷ୍ଟ ଅତିଥିଭାବେ ତିହିଡି ଗୋଷ୍ଠି ଉନ୍ନୟନ ଅଧିକାରୀ ବସନ୍ତ ସାହାଣି, ତହସିଲଦାର ରାଧାକାନ୍ତ ବାରିକ, ଜିଲ୍ଲା ଯାଦବ ସାଧାରଣ ସଂପାଦକ ଦିଲ୍ଲିପ ନାୟକ, କୋଷାଧ୍ୟକ୍ଷ ବିଷ୍ମୁ ପଲେଇ, କୋଲକତା ଯାଦବ ମହାସଭାର ସଭାପତି ହରେକୃଷ୍ମ ପଲେଇ, ଫରେଷ୍ଟ ଅଫିସର ପ୍ରଶାନ୍ତ ଦାସ, ରାଜ୍ୟ ଯୁବ ସଂପାଦକ ଅମର କୁମାର ନାୟକ, ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ଦାସ, ଜିଲ୍ଲା ଯୁବଯାଦବ କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା, ଉପସଭାପତି ସଂଜୀବ କୁମାର ନାୟକ, ସାଧୁଚରଣ ବାରିକ-ଅଶ୍ୱିମ ପରିଡା, ଯୁବ ସଂପାଦକ ସନ୍ତୋଷ କୁମାର ଦାସ, ମନୋରଂଜନ ଦାସ, ଯୁଗ୍ମ ସଂପାଦକ ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା କମିଟି ସଭାପତି ଓ ସଂପାଦକ ଶ୍ରୀ ନାୟକ ଯାଦବ ମହାସଭାର କାର୍ଯ୍ୟକାରିତା ସଂପର୍କରେ ବକ୍ତବ୍ୟ ରଖିଥିଲେ ଓ ଯୁବ ଯାଦବର କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିଥିଲେ। ପ୍ରାକ୍ତନ ଯୁବ ସଭାପତି ରାଜୀବ ଦାସ ପୁରସ୍କାର ବିତରଣୀ କୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା, ପିୟୁଷ ଦାସ, ମନୋରଂଜନ ବାରିକ, ଅଟଳ ନାୟକ, ପ୍ରଭାକର ନାୟକ-ଅଙ୍ଗଦ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଚଳିତ ମ୍ୟାଟ୍ରିକ ପରିକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଦ୍ୱିତୀୟ ଦିବସରେ ଅନୁଷ୍ଠିତ ନନ୍ଦୋତ୍ସବ ସମାରୋହରେ ମୁଖ୍ୟଅତିଥିଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ, ମୁଖ୍ୟବକ୍ତାଭାବେ ଅଧ୍ୟାପକ ନିହାର ରଂଜନ କର, ବିଶିଷ୍ଟ ଅତିଥିଭାବେ ସୁରଜ ସାହୁ(ମଣ୍ଟୁ), ତେଜସ୍ୱନୀ ମହିଳା ସଂଗଠନର ସଭାନେତ୍ରୀ କଳ୍ପନା ଜେନା, ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢି-ଶିକ୍ଷୟତ୍ରୀ ମନୋରମା ରାୟ ପ୍ରମୁଖ ଯୋଗଦେଇ ପ୍ରଭୂ ଶ୍ରୀ କୃଷ୍ମଙ୍କର ଗୋପପୂରରେ ନନ୍ଦୋତ୍ସବ ପାଳନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବ ସଭାପତି ରବି ନାରାୟଣ ଖିଲାର ସଭାପତିତ୍ୱ କରିଥିବାବେଳେ ରାଜ୍ୟ ଯୁବ ସଂପାଦକ ଅମର କୁମାର ନାୟକ ସ୍ୱାଗତ ଭାଷଣ, ଉପସଭାପତି ସଂଜୀବ ନାୟକ ଅତିଥି ପରିଚୟ କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। କୋଲକତା ସଭାପତି ହରେକୃଷ୍ମ ପଲେଇ, ଯୁବ ସଂପାଦକ ସନ୍ତୋଷ ଦାସ ଓ ଉପସଭାପତି ସାଧୁ ବାରିକ-ନବଘନ ଦାସ, ଅଙ୍ଗଦ ଦସ ନୃତ୍ୟ ପରିବେଷଣର ପୁରସ୍କାର ଉତ୍ସବକୁ ପରିଚାଳନା କରିଥିଲେ। ଏହି ଅବସରରେ କୁନିକୁନି ପିଲା ମନାଙ୍କ ମଧ୍ୟରେ ନୃତ୍ୟ ପରିବେଷଣ କରାଯାଇଥିଲା।