ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ଗଣେଶ ମଣ୍ଡପଠାରେ ଭଦ୍ରକ ଜିଲ୍ଲା ମଧୁ ବୈଶ୍ୟ (ଗୁଡ଼ିଆ) ସମାଜର ୭ମ ବୈଠକ ଜିଲ୍ଲା ସଭାପତି ରଘୁନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗୁଡ଼ିଆ ସମାଜର ଉତ୍ଥାନ କିପରି ହେବ ଓ ସଂଗଠନ କିପରି ଜିଲ୍ଲାସ୍ତରରେ ସମସ୍ତ ପଂଚାୟତକୁ ବିସ୍ତାର କରିବ ସେ ବିଷୟରେ ସମସ୍ତ ସଭ୍ୟ ଯତ୍ନବାନ ହେବାକୁ ସଂକଳ୍ପ କରିଥିଲେ । ଉକ୍ତ ସମାବେଶ ରାଜ୍ୟ ସଂଗଠନ, ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସଂପାଦକ କୈଳାସ ଚନ୍ଦ୍ର ସାହୁୁଙ୍କ ଉପସ୍ଥିତିରେ ସଂଗଠନ ଘରେ ଘରେ କିପରି ପହଞ୍ଚିବ ସେ ଦିଗରେ ସମସ୍ତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ସମାଜ ପକ୍ଷରୁ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର ହୋଇଥିଲା । ସମସ୍ତ ସଭ୍ୟମାନେ ମାସିକ ସଭ୍ୟ ଚାନ୍ଦାଦେଇ ଅନୁଷ୍ଠାନର ଆର୍ଥିକ ସ୍ୱଚ୍ଛଳ କରିବା ଦିଗରେ ଆଲୋଚନା କରିଥିଲେ । ଏହି ବୈଠକରେ ସଂଘର ଉପସଭାପତି ମନୋରଂଜନ ସାହୁ, ନରେନ୍ଦ୍ର ସାହୁ, ବାବୁରାମ ସାହୁ, ସହସଂପାଦକ ବୃନ୍ଦାବନ ସାହୁ, କୋଷାଧ୍ୟକ୍ଷ ଚନ୍ଦ୍ରକାନ୍ତ ସାହୁ, ଅନନ୍ତ ସାହୁ, ପୂର୍ବତନ ସଭାପତି କାର୍ତ୍ତିକ ସାହୁଙ୍କ ସମେତ ଅନ୍ୟୁନ ୧୫୦ ଜଣରୁ ଉର୍ଦ୍ଧ୍ୱ ସଦସ୍ୟ ଯୋଗଦାନ କରିଥିଲେ । ଶେଷରେ ଜିଲ୍ଲା ସଂପାଦକ ହରିହର ସାହୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।