Odiapua.com

ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାନସଭା ନେତା ଡା. ପ୍ରଦୀପ କୁମାର ନାୟକ, ଭଦ୍ରକ ସଂସଦୀୟ ନେତା ଅଭିମନ୍ୟୁ ସେଠି,ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ଜିଲ୍ଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ଦୁର୍ଗାପ୍ରସନ୍ନ ଦାସ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ମଣ୍ଡଳ ସଭାପତି ପ୍ରଭାକର ସାମଲ, ଶଶାଙ୍କ ଶେଖର ଦାଶ, ଭାଗିରଥି ମହାକୁଡ଼, ବୃଷଭାନୁ ସାହୁ,ବିଷ୍ନୁପ୍ରିୟା ଲେଙ୍କା, ସମ୍ବିତ ପଣ୍ଡା, ପଦ୍ମଲୋଚନ ସିଂହ,ବିଜୟ ନାୟକ, ରବି ସିଂହ, ବିଜୟ ଦଳେଇ, କାମେଶ ପାତ୍ର, ରଜନୀକାନ୍ତ ଦାସ, ବଣ୍ଟି ନାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦାନ କରିଥିଲେ । ଏହି ଯୋଗ ଦିବସ ରେ ଡା. ପ୍ରଦୀପ ନାୟକ ପ୍ରଥମେ ଉଦବୋଧନ ଦେଇ ପ୍ରିୟ ପ୍ରଧାନ ମନ୍ତ୍ରୀ ସାରା ବିଶ୍ୱରେ ଯୋଗକୁ ଲୋକଲୋଚନକୁ ଆଣି ଆମ୍ଭକୁ ସୁସ୍ଥ ରଖିଥିବାରୁ ଧନ୍ୟବାଦ ଜଣେଇଥିଲେ । ଏହି ଯୋଗ କରୋନା ସମୟରେ ଫଳପ୍ରଦ ହୋଇଥିବାରୁ ଯୋଗ ପ୍ରତିଦିନ କରିବା ଆଉ ଜନସାଧାରଣଙ୍କୁ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଯୋଗ ଦିବସରେ ଯୋଗ ଗୁରୁ ପ୍ରଶାନ୍ତ କୁମାର ସାହୁ ଯୋଗ ଶିକ୍ଷା ଦେଇଥିଲେ ।