Odiapua.com

ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ୨ୟ ବାର୍ଷିକ ଉତ୍ସବ, ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ। ତାଙ୍କର ଅଭିଜ୍ଞତା ଓ ଅନୁଭୂତି ଭବିଷ୍ୟତ ପିଢିଙ୍କ ପାଇଁ ପଥ ପ୍ରଦର୍ଶକ ହେବ ବୋଲି ଜିଲ୍ଲାପାଳ ତ୍ରିଲୋଚନ ମାଝୀ ବରିଷ୍ଠ ନାଗରିକ ମହାସଂଘ ୨ୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ଜିଲ୍ଳା ସଂସ୍କୃତି ଭବନ ଠାରେ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ମାଝୀ କହିଲେ ଯେ : ବରିଷ୍ଠ ନାଗରିକ ମାନେ ରାସ୍ତା ପାଶ୍ୱର୍ର ବୁଢା ବରଗଛ ଭଳି। ଏମାନେ ବରଗଛ ଭଳି ନିଜ ଛାୟା ଅଞ୍ଚଳରେ ଅନେକଙ୍କୁ ଆଶ୍ରୟ ଦେଇଥାନ୍ତି। ବାଟୋଇଙ୍କୁ ବରଗଛ ତା’ର ଶୀତଳ ଛାୟା ଓ ପବନରେ ସୁଖୀ କରାଇବା ଭଳି ବରିଷ୍ଠ ନାଗରିକମାନେ ପରିବା ଓ ସମାଜକୁ ସୁସ୍ଥ ଓ ସୁନ୍ଦର କରିଥାନ୍ତି। ଶ୍ରୀ ମାଝୀ କହିଲେ ଯେ, ପ୍ରଶାସନ ମଧ୍ୟ ବରିଷ୍ଠ ନାଗରିକ ମାନଙ୍କ ଦିଗଦର୍ଶନ କାମନା କରୁଛି। ବରିଷ୍ଠ ନାଗରିକ ମାନଙ୍କ ସମସ୍ୟାର ସମାଧାନ ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଏହାକୁ ମୋର ଦାୟିତ୍ୱର ପ୍ରାଥମିକତା ଦେଇଛି। ଅନ୍ୟତମ ମୁଖ୍ୟ ଅତିଥି ଏସ୍‌ପି ଚରଣ ସିଂ ମୀନା କହିଲେ ଯେ, ବରିଷ୍ଠ ନାଗରିକ ଅବର୍ତ୍ତମାନରେ ସାମାଜର ସାମଗ୍ରୀକ ବିକାଶ ସମ୍ଭବ ନୁହେଁ।

ବରିଷ୍ଠ ହେଲେ ସମାଜର ପରାମର୍ଶଦାତା ଓ ଦିଗ୍‌ଦର୍ଶକ। ବରିଷ୍ଠଙ୍କ ପରାମର୍ଶ ଓ ଆଶୀର୍ବାଦକୁ ଗ୍ରହଣ କରି କନିଷ୍ଠମାନେ ସବୁ କାର୍ଯ୍ୟ ସମ୍ପାଦାନ କଲେ ସମାଜ ଓ ଦେଶର ପ୍ରଗତି ହେବ। ବକ୍ତବ୍ୟ ଶେଷରେ ଏସ୍‌ପି ଶ୍ରୀ ମୀନା ବରିଷ୍ଠଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଥିଲେ। ଏହି ସମାରୋହରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ମୁଖପତ୍ର ‘ବରିଷ୍ଠ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତରିକ୍ତ ଏସ୍‌ପି ଯତିନ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗୋ, ଡିଆଇପିଆରଓ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ସମ୍ପର୍କରେ ମନ୍ତିବ୍ୟ ପ୍ରଦାନ କରିଥିଲେ। ମହାସଂଘ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅବସରପ୍ରାପ୍ତ ଅଧିକାରୀ ହରମୋହନ ଜେନା ଅତିଥି ପରିଚୟ, ସାହିତ୍ୟିକ ଡ.ରାଧାରାଣୀ ମହାପାତ୍ର ଅନୁଷ୍ଠିତ ସମାରୋହରେ ଡାକ୍ତର ହରେକୃଷ୍ଣ ନାୟକ, କାହ୍ନୁଚରଣ ପାଣିଗ୍ରାହର, ମୂରଲୀଧର ପଣ୍ଡା, ହରେକୃଷ୍ଣ ମହାକୁଡ ପ୍ରମୁଖ ବରିଷ୍ଠ ନାଗରିକଙ୍କୁ ସମ୍ବାର୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ବୈଲୋଚନ ବେଉରିଆ, ଭାଗବତ ତ୍ରିପାଠୀ, ଝରଣା ପଟ୍ଟନାୟକ, ଏସଏମ ଫାରୁକ, ନିହାର ଦାସ, ବିଭୂତି ସେନାପତି, ରଙ୍ଗବଲ୍ଲଭ ଜେନା, ଅଜୟ ନାୟକ, କୈଳାସ ଧଳ, ବିଜୟ ସେନାପତି, ଜଗବନ୍ଧୁ ମହାନ୍ତି, କୈଳାସ ପଣ୍ଡା ଓ ସୁବାସ ଦାସଙ୍କ ସମେତ ୭ଟି ବ୍ଲକ ଅଞ୍ଚଳର ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।