ଭଦ୍ରକ, ୨୮ା୧୨ (ଏମ୍ଏନ୍ଏସ) – ସମାଜ ପ୍ରତି ବରିଷ୍ଠ ନାଗରିକ ମାନେ ପ୍ରେରଣାର ଉତ୍ସ ଓ ଜାଗ୍ରତ ପ୍ରହରୀ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି ଓ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ରଙ୍କ ସଂଚାଳନରେ ଭାଗବତ କଲ୍ୟାଣ ମଣ୍ଡପରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଶ୍ରୀ ମହାପାତ୍ର ଆଲୋଚନା ପ୍ରସଙ୍ଗରେ ପ୍ରକାଶ କଲେକି ଏ ପରିଣତି ବୟସରେ ବରିଷ୍ଠଙ୍କ ଅନୁଭୂତିକୁ ପାଥେୟ କରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଓ ଆମ ଜିଲ୍ଲାର ମାନନୀୟ ମନ୍ତ୍ରୀ, ସାଂସଦ, ବିଧାୟକ ମହୋଦୟଙ୍କୁ ପରାମର୍ଶ ଦେବା ସହ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାର ସମସ୍ତ ଡାକ୍ତଖାନରେ ଡାକ୍ତର ପୂରଣ ପାଇଁ ଆଲୋଚନା କରାଗଲା, ଗେଲପୁରଠାରେ ନୂଆ ହସ୍ପିଟାଲ ପରିସରରେ ବରିଷ୍ଠ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସୂତନ୍ତ୍ର ଭାବେ ଡ଼ି. ଡ଼ି. ସି. ରେ ନିରାମୟ ଔଷଧ ପାଇଁ ଧାଡିର ବ୍ୟବସ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିବା ସହ ନୂଆବର୍ଷରୁ ଏହା କାର୍ଯ୍ୟକାରି କରିବାକୁ ଜିଲ୍ଲପାଳ ମହୋଦୟ ଙ୍କୁ ଅନୁରୋଧ କରାଯିବ, ତା ସହ ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କୁ ଉତମ ସେବା ଓ ବରିଷ୍ଠ ମାନଙ୍କର ଉତମ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ସ୍ନାୟୁ, ହୃଦରୋଗ ବିଭାଗରେ ଅଭିଜ୍ଞ ଡାକ୍ତର ନିଯୁକ୍ତି ସହ ଏମ. ଆର. ଆଇ. ଓ ଇକୋ ମେସିନ ପ୍ରତିଷ୍ଠା କରାଯିବା ପାଇଁ ମହାସଂଘର କର୍ମକର୍ତା ଜିଲ୍ଲାର ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସହ ପୁନର୍ବାର ଆଲୋଚନା କରିବା ପାଇଁ ନିଷ୍ପତି ନିଆଗଲା,ବ୍ଲକ ସ୍ତରରେ ବରିଷ୍ଠ ନାଗରିକ ମାନେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, ପୋଷ୍ଟ ଅଫିସରେ ଧାଡିରେ ଘଂଟା ଘଂଟା ଧରି ଠିଆ କରାଇବା ସମୃକ୍ତ ଶାଖା ପରିଚାଳକ ମାନେ ବୟସ୍କ ବ୍ୟକ୍ତିଙ୍କୁ ଅଣଦେଖା କରିବା ଭଳି ସାଙ୍ଘାତିକ ଅଭିଯୋଗ ମାନ ମହାସଙ୍ଘ ନିକଟରେ ଉପସ୍ଥାପନ କରିବା, ବ୍ଲକ, ତହସିଲ କାର୍ଯ୍ୟାଳୟ ରେ ମଧ୍ୟ ସମାନ ଅବସ୍ଥା,ଆଜିର ବୈଠକରେ ସମସ୍ତ ନିର୍ବାଚିତ ପ୍ରତିନିଧି, ମନ୍ତ୍ରୀ, ସାଂସଦ ଓ ଜିଲ୍ଲା ପାଳ, ବ୍ୟାଙ୍କ ଏଲ. ଡ଼ି. ଏମ, ମହୋଦୟଙ୍କୁ ଅନୁରୋଧ କରିବାସହ ଖୁବଶୀଘ୍ର ଏହାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରାଯିବ, ପ୍ରତିବର୍ଷ ପରି ଆସନ୍ତା ୨୦୨୬ମସିହା ରେ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ଷଷ୍ଠ ବାର୍ଷିକ ସ୍ୱନକ୍ଷତ୍ର ଦିବସ ଆସନ୍ତା ଜାନୁୟାରୀ କୋଡିଏ ତାରିଖ ନୟାବଜାର,ଭଦ୍ରକ, ଭାଗବତ କଲ୍ୟାଣ ମଣ୍ଡପ ନୟାବଜାର, ଭଦ୍ରକ ପରିସରରେ ଜିଲ୍ଲାର ସତେଇଶ ଗୋଟି ଆଞ୍ଚଳିକ ସଂଗଠନର ସଦସ୍ୟ, ସଦସ୍ୟା ଓ ମୁଖ୍ୟ ଅତିଥି, ସମ୍ମାନିତଅତିଥି, ମୁଖ୍ୟବକ୍ତା,କର୍ମକର୍ତା ମାନଙ୍କ ଉପସ୍ଥିତରେ ପାଳନ ହେବ, ଉକ୍ତ ସମାରୋହରେ ଯୁଗଳ କିଶୋର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସାମଲ, ହରିହର ରାଉତରାଏ, କିଶୋର ମହାପାତ୍ର, ଶୈଳେନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯିବ, ବାର୍ଷିକ ମୂଖପତ୍ର ବରିଷ୍ଠ ପତ୍ରିକାର ସର୍ବାଙ୍ଗ ସୁନ୍ଦର ପାଇଁ ସମ୍ପାଦକ ମଣ୍ଡଳୀଙ୍କ ପରାମର୍ଶ ଅନୁସାରେ ଉଚ୍ଚ କୋଟିର ଲେଖା ମାନ ସ୍ଥାନିତ ହେବାସହ ସମସ୍ତ ଆଂଚଳିକ ସଂଘର କାର୍ଯ୍ୟକଳାପ ମାନ ସ୍ଥାନ ପାଇବ,ଉକ୍ତ ସଭାରେ ସମସ୍ତ ସଦସ୍ୟ ମାନଙ୍କ ସହିତ କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, କୋଷାଧକ୍ଷ ବିଜୟ କୁମାର ସେନାପତି, ଉପଦେଷ୍ଟା ଶଶିକାନ୍ତ ପାଢ଼ୀ, ଇନ୍ଦ୍ରମଣି ପଣ୍ଡା, ଶ୍ୟାମସୁନ୍ଦର ଦାସ, କାର୍ଯ୍ୟକାରୀଣି ସଭ୍ୟ ଶାନ୍ତିଲତା ବାରିକ, ଗୋଲକ ସାହୁ,କୈଳାଶ ପଣ୍ଡା, ଲକ୍ଷ୍ମଣ ମହାନ୍ତି, ସୁଧାକର ରାଉତ, ଅତିଶ ବେହେରା,ଦିଲ୍ଲୀପ ନାୟକ, ଗିରୀଶ ପାତ୍ର, ବସନ୍ତ ସାହାଣୀ, ଶଶୀ ଧଳ, ଉପେନ୍ଦ୍ର ବାରିକ, ଗଦାଧର ପଣ୍ଡା, ବାବୁଲାଲ ଦାସ, ଉଦୟ ନାଥ ମହାନ୍ତି ଆଦିତ୍ୟ ନାୟକ, ତାପସ ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।