Odiapua.com

ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ୪ର୍ଥ ବାର୍ଷିକ ସମ୍ମିଳନୀ

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ବିଜୟ ରଂଜନ କେରକେଟା, ମୁଖ୍ୟବକ୍ତା ଭାବେ ଡା. ଦୁର୍ଯ୍ୟୋଧନ ଦାସ, ବରେଣ୍ୟ ଅତିଥି ଭାବେ ଡା. ରବୀନ୍ଦ୍ର କୁମାର ନାୟକ ଯୋଗ ଦେଇଥିଲେ । ମହାସଂଘର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଜିଲ୍ଲାର ସମସ୍ତ ୨୦ଗୋଟି ସଂଘର ବରିଷ୍ଠ ମାନଙ୍କର ଅସୁବିଧା ସମ୍ପର୍କରେ ଜିଲ୍ଳା ପ୍ରଶାସନକୁ ତାଙ୍କ ବାର୍ଷିକ ବିବରଣୀ ମାଧ୍ୟମରେ ଅବଗତ କରାଇଥିଲେ । ସଂଘର ମୁଖ୍ୟ ସମସ୍ୟା ଭାବେ ସମସ୍ତ ମେଡ଼ିକାଲରେ ବରିଷ୍ଠମାନେ ଉପେକ୍ଷିତ ହେଉଥିବା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଏହା ଛଡ଼ା ଜିଲ୍ଲାରେ ଏକ ମେଡ଼ିକାଲ କଲେଜ କିପରି ସ୍ଥାପନ ହେବ ସେ ନେଇ ବରିଷ୍ଠ ନାଗରିକ ମହାସଂଘ ଆନ୍ଦୋଳନ କରି ଆସିଛି ଏବଂ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବ ବୋଲି କହିଥିଲେ । ଭଣ୍ଡାରିପୋଖରୀ, ଧାମନଗରକୁ ଛାଡ଼ି ଅନ୍ୟ ୧୮ଗୋଟି ସଂଘର ବରିଷ୍ଠଙ୍କ ପାଇଁ ସରକାରଙ୍କ କମ୍ୟୁନିଟି ସେଣ୍ଟର ମାଧ୍ୟମରେ ଘରଟିଏ ଯୋଗାଇଥିଲେ ।

ଏଠାରେ ଯୋଗ, ପ୍ରାଣାୟମ ଓ ଖବରକାଗଜ ଆଦି ପଢ଼ିବାରେ ସହାୟକ ହେବ । ଜିଲ୍ଲାପାଳ ଜିଲ୍ଲା ମହାସଂଘ ପାଇଁ ଜିଲ୍ଲା ସଦର ମହକୁମାରେ ଗୋଟିଏ ଗୃହ ଯୋଗାଇବା ପାଇଁ ସମସ୍ତ ସଦସ୍ୟ ଆଲୋଚନା କରିଥିଲେ । ତତ୍‌ସହିତ ପୋଲିସ ପ୍ରଶାସନ ବରିଷ୍ଠମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଇରମ ସଂଘର କଟଚନ୍ଦ୍ର ବେହେରା, ବାସୁଦେବପୁର ସଂଘର ଦୁଃଶାସନ ରାଉତ, ତିହିଡ଼ି ସଂଘର ସୁରେନ୍ଦ୍ର ନାୟକ, ଚାନ୍ଦବାଲି ସଂଘର ପ୍ରମୋଦ ତ୍ରିପାଠୀ, ବନ୍ତ ସଂଘର ଗଣେଶ ପ୍ରସାଦ କରଶର୍ମା ଭଦ୍ରକ ମେଡ଼ିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଦାବୀ କରିଥିଲେ । ଭଣ୍ଡାରିପୋଖରୀ ସଂଘର ସୁଧୀର ଚନ୍ଦ୍ର ଯେନା, ରାନ୍ଦିଆ ସଂଘର ପ୍ରମୋଦ କୁମାର ସ୍ୱାଇଁ, ଫେକର ବେଦାନ୍ତର ପ୍ରତିନିଧି ନିରଞ୍ଜନ ସାହୁ, ଚରମ୍ପା ସଂଘର ନରେନ୍ଦ୍ର ପଟ୍ଟନାୟକ, ବନ୍ତ ସଂଘର ଭାଷ୍କର ଚନ୍ଦ୍ର ପାଢ଼ୀ, ଭାଗବତ ସୂତାର, ରୋଟାରିଆନ ରବୀନ୍ଦ୍ର କୁମାର ସାହୁ, ଦୁଃଶାସନ ଗାହାଣ, ପୁରୁଷୋତ୍ତମ ସାହୁ, ପୁରୁଣାବଜାର ସଂଘର ରାମଚନ୍ଦ୍ର କର, ରାଣିତାଲ ଓ ଅର୍ଣ୍ଣପାଳ ସଂଘର ଭାଗିରଥୀ ନାୟକ, ରଘୁନାଥ ସାହୁ, ଆଗରପଡ଼ା ସଂଘର କୈଳାସ ଚନ୍ଦ୍ର ଧଳ, ଘଣ୍ଟେଶ୍ୱର ସଂଘର ଅତୁଲ ଚନ୍ଦ୍ର ପରିଡ଼ା ଗ୍ରାମାଞ୍ଚଳରେ ବରିଷ୍ଠମାନେ ସରକାରୀ କାର୍ଯ୍ୟାଳୟ ଓ ଥାନାମାନଙ୍କରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆଲୋଚନା କରିଥିଲେ । ଏହାର ଉତ୍ତରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମସ୍ତ ଥାନାଧିକାରୀ ଓ ଫାଣ୍ଡି ଅଧିକାରୀଙ୍କୁ ବରିଷ୍ଠମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ପ୍ରକାଶ କରିଥିଲେ । ଜିଲ୍ଳାରେ ନୂଆକରି ଗେଲପୁର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠମାନଙ୍କ ପାଇଁ ସମସ୍ତ ସୁବିଧା କରିବାକୁ ଜିଲ୍ଳାପାଳଙ୍କୁ ଅନୁରୋଧ କରାଯାଇଥିଲା ।

ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କାରୁ ୨୦୦୦ ଟଙ୍କା ରାଜ୍ୟ ସରକାର ଦେବା ପାଇଁ ଦାବୀ କରାଯାଇଥିଲା । ଚରମ୍ପା ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି, ଭଣ୍ଡାରିପୋଖରୀ ସଂଘର ସଦସ୍ୟ ଧନେଶ୍ୱର ଯେନା, ଚାନ୍ଦବାଲି ସଂଘର ମକରଧର ରାଉତ, ବନ୍ତ ବରିଷ୍ଠ ନାଗରିକ ସଂଘର ମଦନ ମୋହନ ମହାନ୍ତିଙ୍କୁ ଜିଲ୍ଲାସ୍ତରୀୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶଶିକାନ୍ତ ପାଢୀ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ରାଧାରାଣୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶଚୀକାନ୍ତ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ମହାସଂଘର ମୁଖପତ୍ର ‘ବରିଷ୍ଠ’ ଅତିଥିଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ମହାସଂଘର କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ମହାକୁଡଙ୍କ ରଚିତ ପୁସ୍ତକ ‘ଆମେରିକାରେ ଏଗାର ମାସ ଚଉଦ ଦିିନ’ ଲୋକାର୍ପିତ ହୋଇଥିଲା । ସହସମ୍ପାଦକ ବିଭୁତି ଭୂଷଣ ସେନାପତି ପୁସ୍ତକ ସମୀକ୍ଷା କରିଥିଲେ ଓ ହରେକୃଷ୍ଣ ତାଙ୍କ ଲିଖିତ ପୁସ୍ତକର ଅବତାରଣା କରିଥିଲେ । ବିଚିତ୍ରାନନ୍ଦ ମହାନ୍ତି, ସେକ ଅହମ୍ମଦ ଫାରୁକ, ଇନ୍ଦ୍ରମଣି ପଣ୍ଡା, ଗଙ୍ଗାଧର ପଣ୍ଡା, ବାବୁଲାଲ ଦାସ, ଗୌରାଙ୍ଗ ବାରିକ, ଲକ୍ଷ୍ମୀକାନ୍ତ ବାରିକ, ବିଜୟ କୁମାର ସେନାପତି, ବିଷ୍ଣୁମୋହନ ପଣ୍ଡା, ଶ୍ୟାମସୁନ୍ଦର ଦାସ, ସୁଧାକର ରାଉତ, ଅଜୟ କୁମାର ନାୟକ, ଡା. ହରେକୃଷ୍ଣ ନାୟକ଼, ଶାନ୍ତନୁ କୁମାର ରାଉତ, ପ୍ରଶାନ୍ତ କୁମାର ଦେ, ଗଦାଧର ପଣ୍ଡା, ଗୀତାରାଣୀ ଆଇଚ, ଉତ୍ପଳା ନାୟକ, ସଂଯୁକ୍ତା ଯାଦବ, ବାସନ୍ତୀ ଲତା ବାରିକ ଓ ଜିଲ୍ଲାର ୨୦ଟି ସଂଘର ଓ ମହାସଂଘର ପ୍ରାୟ ୨୮୦ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ । ମହାସଂଘର କାର୍ଯ୍ୟକାରୀ ସଭାପତି ଆଜିର ସମାରୋହର ମୁଖ୍ୟ ସଂଚାଳକ ଥିଲେ । ବୈଲୋଚନ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।