Odiapua.com

ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ନୂତନ କର୍ମକର୍ତ୍ତା ମନୋନୟନ

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ନୂତନ କର୍ମକର୍ତ୍ତା ସମାଜସେବୀ ଲଲାଟେନ୍ଦୁ ମହାନ୍ତିଙ୍କ ସଭାପତିତ୍ବରେ ଭଦ୍ରକ ସ୍ଥିତ ଦିବ୍ୟମ୍ ଭବନରେ ଅନୁଷ୍ଠିତ ହୋଇ ଯାଇଛି। ୨୦୧୯ ମସିହାରୁ ଅଦ୍ୟାବଧି ପରିଚାଳିତ ହେଉଥିବା ମହାସଂଘର କର୍ମକର୍ତ୍ତାଙ୍କ ଅବଧି ପୂର୍ଣ୍ଣ ହେଉଥିବାରୁ ସାମ୍ବିଧାନିକ ନିୟମାନୁସାରେ ନୂତନ ଭାବେ ସଂଘର କର୍ମକର୍ତ୍ତା ମନୋନିତ ହୋଇଛନ୍ତି। ସଭାପତି ଲଲାଟେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ଉପସଭାପତି ଧାମନଗରରୁ ଶିକ୍ଷାବିତ୍ ଶଚିକାନ୍ତ ପଣ୍ଡା, ସଂପାଦକ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ମହାପାତ୍ର, ସହ ସଂପାଦକ ତିହିଡ଼ିରୁ ସ୍ତମ୍ବକାର ବିଭୂତି ଭୂଷଣ ସେନାପତି, କୋଷାଧ୍ୟକ୍ଷ ବିଜୟ କୁମାର ସେନାପତି, ଉପଦେଷ୍ଟା ମଣ୍ଡଳୀରେ ଶିକ୍ଷାବିତ୍ ପଦ୍ମନାଭ ପାଢୀ, ଡା. ହରେକୃଷ୍ଣ ନାୟକ, ରାଜନେତା ଅଜୟ କୁମାର ନାୟକ, ପୋଲିସ୍ ଚାକିରୀରୁ ସେବାନିବୃ ରଙ୍ଗବଲ୍ଲଭ ଜେନା, ନ୍ୟାୟଜୀବୀ ପର୍ଶୁରାମ ଦ୍ବିବେଦୀ, ସମାଜସେବୀ ଏସ୍. ଏମ୍. ଫାରୁକ୍, ଲକ୍ଷ୍ମଣ କୁମାର ମହାନ୍ତି, ସେବାନିବୃ ପ୍ରାଧ୍ୟାପକ ଡଃ ଗୋଲୋକ ବିହାରୀ ସାହୁ, ସାମ୍ବାଦିକ ନିହାର ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଡଃ ଶଶୀକାନ୍ତ ପାଢୀ, ଗଦାଧର ପଣ୍ଡା, ଇନ୍ଦ୍ରମଣି ପଣ୍ଡା, ଇଂ ମହେଶ ପ୍ରସାଦ ଦାସ, ଭକ୍ତହରି ମହାପାତ୍ର, ବିଚିତ୍ରାନଂଦ ମହାନ୍ତି, ଡଃ ଭାଗବତ ତ୍ରୀପାଠୀ, ବୈଲୋଚନ ବେହୁରିଆ, ପ୍ରଶାନ୍ତ କୁମାର ଦେ, ମଦନ ମୋହନ ମହାକୁଡ଼, ଅଭୟ ଦ୍ବିବେଦୀ, ଶାନ୍ତନୁ କୁମାର ରାଉତ୍, ସଂଯୁକ୍ତା ଯାଦବ, ଡଃ ତାପସ କୁମାର ମହାନ୍ତି, ଶ୍ୟାମସୁନ୍ଦର ଦାସ, ହରେକୃଷ୍ଣ ମହାକୁଡ଼, ବାଦଲ କୁମାର ମହାପାତ୍ର, ଆଦିତ୍ୟ କୁମାର ନାୟକ, ବାବୁଲାଲ ଦାସ ତଥା ତିହିଡ଼ି ବ୍ଲକ ସଂଘରୁ ସୋମନାଥ ପାଢୀ ଓ ସୁରେନ୍ଦ୍ର କୁମାର ନାୟକ ସମେତ ବରିଷ୍ଠ ନାଗରିକ ମଂଚ ଭଦ୍ରକ, ଚରµା ବରିଷ୍ଠ ନାଗରିକ ସଂଘ, ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦ ରାନ୍ଦିଆ, ବାରିକପୁର ବରିଷ୍ଠ ନାଗରିକ ମଂଚ ବାରିକପୁର. ବଳରାମ ଆଦର୍ଶ ବରିଷ୍ଠ ନାଗରିକ ମଂଚ ସାହାଡା, ବରିଷ୍ଠ ନାଗରିକ ପରିଷଦ ଧାମନଗର, ସିନିୟର ସିଟିଜନ ଫୋରମ ବାସୁଦେବପୁର, ବରିଷ୍ଠ ନାଗରିକ ସୁରକ୍ଷାମଂଚ ଆଗରପଡା, ବରିଷ୍ଠ ନାଗରିକ ମଂଚ ଭଣ୍ଡାରିପୋଖରୀ, ବରିଷ୍ଠ ନାଗରିକ ମଂଚ ଧୂଷୁରୀ, ବରିଷ୍ଠ ନାଗରିକ ସଂଗଠନ କୋଠାର, ଆଂଚଳିକ ବରିଷ୍ଠ ନାଗରିକ ପରିଷଦ ମତୋ, ବରିଷ୍ଠ ନାଗରିକ ସଂଘ ଚାନ୍ଦବାଲି, ଇରମ ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ ସଂଘଏବଂ ବରିଷ୍ଠ ନାଗରିକ ସଂଘ ବନ୍ତରୁ ସଂପାଦକ ଓ ସଭାପତିଙ୍କୁ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଗ୍ରହଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥି ସହିତ ସ୍ଥାନୀୟ ସଦର ଭଦ୍ରକ ହସପିଟାଲରେ ଡାକ୍ତର ସମସ୍ୟା ଯଥା ଶୀଘ୍ର ଦୂର କରିବା ପାଇଁ ଏକ ପ୍ରତିନିଧ ଦଳ ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଆଧ୍ୟାତ୍ମିକ ସୋ୍ରତରେ ସାମିଲ ହେବା ପାଇଁ ପ୍ରଜ୍ଞାମନୀଷୀ ରାସେଶ୍ବରୀ ଦେବୀଙ୍କ ଅମୃତ ବଚନରୁ କିୟଦାଂଶ ଆଲୋଚନା କରାଗଲା। ବହୁଦିନ ଧରି ଲଗାତର ଭାବେ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟକୁ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଭଦ୍ରକ ସମସ୍ତ ପ୍ରକାର ସହେଯାଗ କରିବା ପାଇଁ ଦାବିକୁ ସମସ୍ତ ସଭ୍ୟ ମତ ପ୍ରଦାନ କରିଥିଲେ। ଭଦ୍ରକ ସହରରେ ଡି.ଜେ. ସମସ୍ୟା ଦୂରୀକରଣ ସହିତ ବରିଷ୍ଠ ନାଗରିକକୁ ଗୃହ େଯାଗାଇଦେବା ପାଇଁ ଲିଖିତ ଆବେଦନ ମୂଳେ ସରକାରଙ୍କୁ ଅବଗତ କରିବା ପାଇଁ କାର୍ଯ୍ୟକାରୀ ସଭାପତି ପଦ୍ନନକୁମାର ରାୟଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଗଲା। ସର୍ବଶେଷରେ ପ୍ରଫେସର ସନାତନ ମହାନ୍ତିଙ୍କ ସୁପୁତ୍ର ଧନ୍ୟବାଦ ଅର୍ପଣ କରିବା ସଂଗେ ସଂଗେ ଦିବ୍ୟମ୍ ଗୃହଟିକୁ ବରିଷ୍ଠ ନାଗରିକ ସେବାରେ ଅର୍ପଣ କରିବା ପାଇଁ ପ୍ରକାଶ କରିଥିଲେ। ସମସ୍ତ ଆୟ ବ୍ୟୟର ହିସାବ ସୁଚାରୁ ରୂପେ ଗୃହୀତ ହୋଇଥିଲା।