Odiapua.com

ଭଦ୍ରକ ଜିଲ୍ଲା ପ୍ରଶାସନର ତୁରନ୍ତ ପଦକ୍ଷେପ, ବସ୍ ଦୁର୍ଘଟଣାରୁ ନିରାପଦରେ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନର ତୁରନ୍ତ ସହଯୋଗ ଯୋଗୁଁ ଭଣ୍ଡାରିପୋଖରୀ ଠାରେ ଘଟିଥିବା ଏକ ବଡ଼ ବସ୍ ଦୁର୍ଘଟଣାରୁ ବିନା ଜୀବନହାନୀରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିଛି । ସୂଚନାଯୋଗ୍ୟକି ପଶ୍ଚିମବଙ୍ଗରୁ ଏକ ଟୁରିଷ୍ଟ ବସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଭଣ୍ଡାରିପୋଖରୀ ପ୍ରେଟ୍ରୋଲ ପମ୍ପରୁ କିଛି ଦୂରରେ ଭାରସାମ୍ୟ ହରାଇ ଜାତୀୟ ରାଜପଥର ବାମପାଶ୍ୱର୍କୁ ଓଲଟି ପଡ଼ିଥିଲା । ଖବର ପାଇବା କ୍ଷଣି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତତ୍‌କ୍ଷଣାତ୍ ସେଠାରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା । ପୋଲିସ, ଅଗ୍ନଶମ, ସ୍ୱାସ୍ଥ୍ୟ, ଆଞ୍ଚଳିକ ପରିବହନ ପ୍ରଭୃତି ସଂପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ପହଞ୍ôଚ ସମସ୍ତେ ଉଦ୍ଧାର କାର୍ଯ୍ୟରେ ଲାଗି ଯାତ୍ରୀମାନଙ୍କୁ ନିରାପଦରେ ବସ୍ ଭିତରୁ ବାହାର କରିଥିଲେ । ଆମ୍ବୁଲାନସ୍ ଯୋଗେ ସମସ୍ତ ଆହତମାନଙ୍କୁ ଭଣ୍ଡାରିପୋଖରୀ ଡ଼ାକ୍ତରଖାନାକୁ ପଠାଇବା ସହିତ ଗୁରୁତରମାନଙ୍କୁ ସଂଗେ ସଂଗେ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ରେଫର କରାଯାଇଥିଲା । ଭଣ୍ଡାରିପୋଖରୀ ଡ଼ାକ୍ତରଖାନାର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଟିମ୍ ୧୦୮ ଆମ୍ବୁଲାନସ୍‌, ଜିଲ୍ଲା ହସ୍‌ପିଟାଲର ଆମ୍ବୁଲାନସ୍‌, ଆଖପାଖ ଡ଼ାକ୍ତରଖାନାର ସ୍ୱାସ୍ଥ୍ୟ କର୍ମଚାରୀ ଓ ଆମ୍ବୁଲାନସ ଏହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟରେ ସାମିଲ ଥିଲେ ।

ଭଣ୍ଡାରିପୋଖରୀ ଆଇ.ଆଇ.ସି ତପନ ପ୍ରଧାନ, ଏମ୍‌.ଭି.ଆଇ. ସେକ୍ ଅବଦୁଲ ରହିମ୍‌, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ସୂଚନା ଯୋଗ୍ୟକି ଜିଲ୍ଲା ପ୍ରଶାସନର ତୁରନ୍ତ ପଦକ୍ଷେପ ପାଇଁ ଜଣେ ହେଲେ ବି ମୃତ୍ୟୁବରଣ କରି ନାହାନ୍ତି । ବସରେ ଥିବା ସମୁଦାୟ ୬୦ ଜଣ ଯାତ୍ରୀମାନଙ୍କ ମଧ୍ୟରୁ ୪୧ ଜଣ ଭଣ୍ଡାରିପୋଖରୀ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ରେଫର ହୋଇଥିଲେ । ସେଠାରୁ ୨ଜଣଙ୍କୁ କଟକ ରେଫର କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ଅଛନ୍ତି । ୧୦ ଜଣଙ୍କ ଅବସ୍ଥା ଠିକ୍ ଅଛି । ସାମାନ୍ୟ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ତେବେ ସମସ୍ତେ ବିପଦମୁକ୍ତ ଥିବା ଡ଼ାକ୍ତରଖାନା ସୂତରୁ ପ୍ରକାଶ । ଭଣ୍ଡାରିପୋଖରୀ ବି.ଡ଼ି.ଓ. ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତ ସାମଲ ଓ ଅନ୍ୟ ଜନପ୍ରତିନିଧି ଏହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ସହ ଡ଼ାକ୍ତରଖାନାରେ ପହଞ୍ôଚ ଗୁରୁତର ଆହତମାନଙ୍କୁ ଜିଲ୍ଲା ହସ୍‌ପିଟାଲକୁ ପଠାଇବା, ସମସ୍ତ ଯାତ୍ରୀଙ୍କ ପାଇଁ ଖାଦ୍ୟ ପାନୀୟ ଆଦି ବ୍ୟବସ୍ଥା ମଧ୍ୟ ବୁଝିଥିଲେ । ସ୍ଥାନୀୟଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।