Odiapua.com

ଭଦ୍ରକ ଜିଲ୍ଲା ପ୍ରତି ମୁଖ୍ୟ ଡାକ ବିଭାଗର ବୈମାତୃକ ମନୋଭାବ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରତି ମୁଖ୍ୟ ଡାକ ବିଭାଗର ବୈମାତୃକ ମନୋଭାବ ବିରୁଦ୍ଧ ରେ ଭଦ୍ରକ ଜିଲ୍ଲା ର ବୁଦ୍ଧି ଜିବୀ ଓ ସଚେତନ ନାଗରିକ ତଥା ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ତରଫରୁ ଅମର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଥିସହ ଡାକ ଜରିଆରେ ମୁଖ୍ୟ ଡାକ ବିଭାଗର ମହା ପ୍ରବନ୍ଧକ ଙ୍କୁ ଦରଖାସ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ତଥା ପାଖା ପାଖି ଜିଲ୍ଳାର ଜନସାଧାରଣ ଡାକସେବା ୪୪ ଗୋଟି ଉପ ଡାକ ଘର ଜରିଆରେ ତୁରନ୍ତ ଡାକ ସେବା ପାଇ ଆସୁଛନ୍ତି। ସେଥି ପାଇଁ ଭଦ୍ରକ ରେଳ ଷ୍ଟେସନ ପାଖ ରେ ଆର୍ ଏମ ଏସ ଦୀର୍ଘ ୪୫ ବର୍ଷ ଧରି ନିରନ୍ତର ଚିଠି ପତ୍ର ଆଦାନ ପ୍ରଦାନ ରେ ସାହାଯ୍ୟ କରି ଆସୁଅଛି। ମାତ୍ର ଦୁଃଖ ର ବିଷୟ ଜନସାଧାରଣ ତଥା ରାଜ ନୈତିକ ନେତୃବୃନ୍ଦ ଙ୍କ ଉଦାସୀନତା ଯୋଗୁଁ ସ୍ପିଡ୍ ପୋଷ୍ଟ ଓ ପର୍ସଲ ଯାଜପୁର ରୋଡ ଷ୍ଟେସନ କୁ ସ୍ଥାନାନ୍ତରିତ ହୋଇଥିଲା। ମାତ୍ର ଅତୀବ ପରିତାପର ବିଷୟ ଏହିକି ଡାକ ବିଭାଗର ମୁଖ୍ୟ ଙ୍କ ଦ୍ୱାରା ପ୍ରେରିତ ପତ୍ର ସଂଖ୍ୟା ଓମ ୩୦/୧୦/୨୦୨୨ – ଡି ତାରିଖ ୧୭/୧୦/୨୦୨୪ ଅନୁସାରେ ଭଦ୍ରକ ଷ୍ଟେସନ ରେ ଥିବା ଆର୍ ଏମ ଏସ ଅଧୀନରେ ଚାଲୁଥିବା କେବଳ ରେଜିଷ୍ଟ୍ରି ଚିଠି ଓ ଅନ୍ୟାନ୍ୟ ଚିଠି ପତ୍ର ବାଲେଶ୍ୱର ଷ୍ଟେସନ କୁ ସ୍ଥାନାନ୍ତରିତ ହେବାକୁ ନିର୍ଦ୍ଦେଶ ହୋଇ ସାରିଛି। ଯଦ୍ୱାରା ଜାନୁୟାରୀ ମାସ ୯ ତାରିଖ ଠାରୁ ଭଦ୍ରକ ଜିଲ୍ଲାରେ ଆର୍ ଏମ ଏସ ରେ ଚିଠି ପତ୍ର ଆଦାନ ପ୍ରଦାନ ଠପ୍ ହୋଇଯାଇଛି। ଯଦ୍ୱାରା ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଚିଠି ପତ୍ର ଜନସାଧାରଣ ପାଇବାକୁ ଅଧିକ ୩ରୁ ୪ ଦିନ ଲାଗିବ। ସେଥିପାଇଁ ସର୍ବୋଦୟ ମଣ୍ଡଳ ର ସଭାପତି ଅମର କୁମାର ପାଣିଗ୍ରାହୀ ଓ ବୁଦ୍ଧିଜୀବୀ ମାନେ ଭୁବନେଶ୍ୱର ମୁଖ୍ୟ ଡାକ ବିଭାଗର ମୁଖ୍ୟ ପ୍ରବନ୍ଧକ ଙ୍କୁ ସାକ୍ଷାତ୍ କରି ଅବିଳମ୍ବେ ଆର୍ ଏମ ଏସ ଭଦ୍ରକ ଷ୍ଟେସନ ରେ ଚାଲୁ କରାଯିବାର ଦାବି ରଖିବେ ବୋଲି ଜଣାପଡିଛି। ଏଥିସହ ଆସନ୍ତା କାଲି ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସ୍ଥାନୀୟ ମନ୍ତ୍ରୀ ଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ବୋଲି ଶ୍ରୀ ପାଣିଗ୍ରାହି ମନ୍ତବ୍ୟ ଦେଇଛନ୍ତି।