ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶା, ଭଦ୍ରକ ଜିଲ୍ଲା ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ଫଗୁମିଳନ ଉତ୍ସବ ସ୍ଥାନୀୟ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶିଶୁବାଟିକା ଭବନ, ଛଅପୋଲିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି ଓଡ଼ିଶା, ପୂର୍ବୋତର ସମ୍ଭାଗର ସମ୍ପାଦକ ଅମୂଲ୍ୟ ପ୍ରସାଦ ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମକୁ ମା’ ସରସ୍ୱତୀଙ୍କ ନିକଟରେ ଧୂପ,ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବପ୍ରାନ୍ତ ସହକାର୍ଯ୍ୟବାହ ରବିନାରାୟଣ ପଣ୍ଡା । ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଫଗୁମିଳନ,ସାମାଜିକ ସମରସତା, ପରିବାର ଓ ପଂଚ ପରିବର୍ତନ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଭଦ୍ରକ ଜିଲ୍ଲାର ଜିଲ୍ଲା ପ୍ରମୁଖ ପ୍ରଫୁଲ୍ଲ କୁମାର ମହାପାତ୍ର ବିବରଣୀ ପାଠ କରିଥିଲେ, ସଂପୃକ୍ତ ବିଦ୍ୟାଳୟର କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଅତିଥି ମାନଙ୍କର ପରିଚୟ ଓ ସମ୍ପୂର୍ଣ ମଂଚକୁ ପରିଚାଳନା କରିଥିଲେ ପୂର୍ବୋତର ସଂଭାଗର କାର୍ଯ୍ୟକର୍ତା ସରୋଜ କୁମାର ଓଝା । ଦ୍ୱିତୀୟ ଅଧିବେଶନରେ କବିତା ପାଠୋତ୍ସବ, ସଙ୍ଗୀତ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂଯୁକ୍ତା ବଳନାୟକ । ଏହି କବିତା ପାଠକ୍ରମରେ କବି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ବିଜୟ ବହଳି ପ୍ରମୁଖଙ୍କୁ ପ୍ରଶଂସା ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଇଂଜିନିୟର ଅଭୟ ସୂତାର, ଅଜୟ କୁମାର ନାୟକ ପ୍ରମୁଖ ମଂଚାସୀନ ଥିଲେ । ରଙ୍ଗର ପର୍ବ ହୋଲିର ଏପରି ମହାମିଳନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକ, କର୍ମକର୍ତା ଅଜୟ ମିଶ୍ର, ବିଜୟ କୁମାର ବହଳୀ, ଅଶୋକ ସାମଲ, ଅଭୟ ଦାସ, ମଦନ ମୋହନ ମହାନ୍ତ, ପ୍ରଣୟ ପଢ଼ିଆରୀ, ନିରଞ୍ଜନ ରାଉତ, ସାଧନା ସାମଲ, ମାମତାମୟୀ ମହାପାତ୍ର ,ରାଜକିଶୋର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଅନେକ ବୁଦ୍ଧିଜିବୀ, ଜ୍ଞାନୀ, ଗୁଣୀ, ଶୁଭେଚ୍ଛୁ ତଥା ସଜ୍ଜନ ମଣ୍ଡଳୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।