Odiapua.com

ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଧାମନଗରରେ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଂଟନ

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଂଚାୟତ ରେ ରାଧାନଗର ଦଳିତ ବସ୍ତିରେ ଥିବା ୫୦ପରିବାର ଙ୍କୁ ରିଲିଫ ବଂଟନ କରାଯାଇଛି । ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ଦଳିତ ମହାସଂଘର ଏକ ୧୫ଜଣିଆ ପ୍ରତିନିଧି ଦଳ ବନ୍ୟା ପ୍ରପୀଡ଼ିତ ରାଧାନଗର ଗ୍ରାମରେ ପହଂଚି ଘର ଘର ବୁଲି ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଂଟନ କରିଥିଲେ । ଏହି ରିଲିଫ ବଂଟନ କାର୍ଯ୍ୟକ୍ରମରେ ଧାମନଗର କଂଗ୍ରେସ ନେତା ଅଭିଷେକ ରାଉତଙ୍କ ସମେତ ବ୍ଲକର ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତୃ ମଣ୍ଡଳୀ ସହଯୋଗ କରିବା ସହ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଦିଆ ଯାଉଥିବା ରିଲିଫ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ବନ୍ୟା ଯୋଗୁଁ ଧାମନଗର ବ୍ଲକରେ ହଜାର ହଜାର ଲୋକଙ୍କ ମାଟିକାନ୍ଥ ଘର ଭାଙ୍ଗି ମାଟିରେ ମିଶି ଯାଇଥିବା ବେଳେ ହଜାର ହଜାର ଲୋକଙ୍କୁ ଅଦ୍ୟାବଧି ଆବଶ୍ୟକ ଅନୁପାତରେ ସରକାର ରିଲିଫ ଯୋଗାଇ ଦେଇପାରିନାହିଁ ବୋଲି ରାଜ୍ୟ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଅଭିଯୋଗ କରିଛନ୍ତି । ଅଦ୍ୟାବଧି ବନ୍ୟା ଘେରରେ ଥିବା ବନ୍ୟା ବିପନ୍ନଙ୍କ ପାଖରେ ନାଁ ଜିଲ୍ଲା ପ୍ରଶାସନ ପହଂଚିଛି ନାଁ ରାଜ୍ୟ ସରକାର ପହଁଚିଛି । ଏ ସରକାର ବନ୍ୟା ପରିସ୍ଥିତି କୁ ମୁକାବିଲା କରିବାରେ ସମ୍ପୂର୍ଣ ବିଫଳ ହୋଇଛି ବୋଲି ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଅଭିଯୋଗ କରିଛନ୍ତି । ଆୟୋଜିତ ଏହି ରିଲିଫ ବଂଟନ କାର୍ଯ୍ୟକ୍ରମରେ ରଞ୍ଜନ ଜେନା, ମନୋଜ ମଲ୍ଲିକ, ସୂଦୀପ୍ତା ପଟ୍ଟନାୟକ, ଇନ୍ଦୁମତୀ ମଲ୍ଲିକ, ରୀନା ରାଣୀ ଜେନା,,ରବୀନ୍ଦ୍ର ଜେନା ଧାମନଗର କଂଗ୍ରେସ ନେତା ଅଭିଷେକ ରାଉତ,ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ନାୟକ, ସୁଧାଂଶୁ ଶେଖର ଦାସ, ନିମାଇଁ ଜେନା ଙ୍କ ସମେତ ଜିଲ୍ଲା ଦଳିତ ମହା ସଂଘ ର ସଦସ୍ୟ ମାନେ ସାମିଲ ଥିଲେ।