ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ୨ରୁ ୩ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନେଇ ଭଦ୍ରକ ସାଳନ୍ଦୀ ବାଇପାସ୍ ସ୍ଥିତ ‘ଲଣ୍ଡନ୍ କିଡ୍ସ ପ୍ରି-ସ୍କୁଲ’ ତା’ର ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିଛି । ଏଥିରେ ଭଦ୍ରକ ଜିଲ୍ଲା ଡେପୁଟି ଡେପୁଟି କଲେକ୍ଟର କାର୍ତ୍ତୀକ ନାଥ ମଣ୍ଡଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ଅବସରରେ କୁନି କୁନି ପିଲାମାନଙ୍କଦ୍ୱାରା ଜାତୀୟ ସଂଗୀତ ଗାନରେ ମୁଗ୍ଧ ହୋଇ ଯାଇଥିଲେ । ଅନୁଷ୍ଠାନର ମୁଖ୍ୟ ନିର୍ଦ୍ଦେଶକ ଶେଖ୍ ଅମୀରୁଦ୍ଦିନ, ଅଧ୍ୟକ୍ଷା ସଂଗୁପ୍ତା ୟାସ୍ମିନ୍, ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନଙ୍କ ପ୍ରଚେଷ୍ଟା ଓ ସମସ୍ତ ଅଭିଭାବଙ୍କ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସଂପାଦିତ ହୋଇଥିଲା । ଇଶା ଏଜୁକେସ୍ନାଲ ଓ ଚେରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ମୁଖ୍ୟ ଉପଦେଷ୍ଟା ତଥା ଲଣ୍ଡନ୍ କିଡ୍ସର ମୁଖ୍ୟ ପରାମର୍ଶଦାତା ଶଚିକାନ୍ତ ଦାସ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ, ଅଧ୍ୟକ୍ଷା କର୍ମକର୍ତ୍ତା ଓ ଅଭିଭାବକମାନଙ୍କ ଉତ୍ସାହ ଦେଖି ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ମଣ୍ଡଳ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଦା ସର୍ବଦା ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କୁନି କୁନି ପିଲାମାନେ ଶୋଭାଯାତ୍ରାରେ ଯାଇ ସହର ପରିକ୍ରମା କରିଥିଲେ, ଯାହା ଦେଖି ଭଦ୍ରକ ସହରର ଜନସାଧାରଣ ଆଶ୍ଚର୍ଯ୍ୟାନ୍ୟୁତ ହେବା ସଂଗେସଂଗେ ଅନୁଷ୍ଠାନର ଭୂରି ଭୂରି ପ୍ରଶଂସା କରିଥିଲେ । ନିର୍ଦ୍ଦେଶକ ଶେଖ୍ ଅମୀରୁଦ୍ଦିନ୍ ଏଥିପାଇଁ ସମସ୍ତ ଶ୍ରେୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଦେବା ସଂଗେସଂଗେ ଅଭିଭାବକମାନଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଥିଲେ ।