Odiapua.com

ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ପରିସରରେ କଂଗ୍ରେସର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ, ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାହାନଗା ରେଳ ଟ୍ରାଜେଡିକୁ ନେଇ ଉଭୟ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ଓ ରାଜ୍ୟ ଶାସନରେ ଥିବା ବିଜେଡି ରାଜନିତୀ କରୁଛନ୍ତି । ରେଳ ବିଭଗରେ ଭିତ୍ତିଭୂମୀର ବିକାଶ ହୋଇ ନାହିଁ । ଉକ୍ତ ବିଭାଗରେ ଏକ ଲକ୍ଷ ୪୨ ହଜାର ପଦବୀ ଫାଙ୍କା ପଡ଼ିଛି । ରେଳ ଟ୍ରାକ୍‌, ସିଗନାଲ ପରିଚାଳନା, ବୈଷୟିକ କ୍ଷେତ୍ରରେ କୌଣସି ବିକାଶ ହୋଇ ନାହିଁ । କେବଳ ବିଜେପି ନୂତନ ଟ୍ରେନ ଉଦଘାଟନ କରି ବାହାବା ନେବାକୁ ଚେଷ୍ଟା ଚଳାଇଛି । ସେହିପରି ଚିକିତ୍ସା କ୍ଷେତ୍ରରେ ଭଦ୍ରକ ମେଡିକାଲରେ ଡାକ୍ତର ନାହାନ୍ତି । ଫଳରେ ଶହଶହ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳି ପାରୁ ନାହିଁ । ତେଣୁ ଭଦ୍ରକରେ ଏକ ମେଡିକାଲ କଲେଜ ସ୍ଥାପନ ସହିତ ଆବଶ୍ୟକ ପରିମାଣର ଡାକ୍ତର ନିଯୁକ୍ତି ଦିଆଯାଉ । ସର୍ବୋପରି ଏହି ଦୁର୍ଘଟଣା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ । ବାହାନଗା ଟ୍ରେନ ଟ୍ରାଜେଡିରେ ଆହତ ହୋଇ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ରୋଗୀଙ୍କ ସ୍ୱାସ୍ଥ୍ର‌୍ୟବସ୍ଥା ବୁଲି ଦେଖିବାକୁ ଆସିଥିବା ପ୍ରଦେଶ କଂଗ୍ରେସର ବହୁ ବରିଷ୍ଠ ନେତୃମଣ୍ଡଳୀ ଉପରୋକ୍ତ ପ୍ରତିକ୍ରିୟା ରଖିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସିଏଲପି ନେତା ତଥା ସାଂସଦ ଅଧିର ରଂଜନ ଚୌଧୁରୀ, ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ. ଚେଲ୍ଲାକୁମାର, ପ୍ରଚାର କମିଟି ଅଧ୍ୟକ୍ଷ ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ନବଜ୍ୟୋତି ପଟ୍ଟନାୟକ, ରାଜ୍ୟ ଛାତ୍ର ପ୍ରଭାବୀ ଅନୁଲେଖା ବସା, ରାଜ୍ୟ ଛାତ୍ର ସଭାପତି ୟାସିର ନୱାଜ, ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଭଦ୍ରକ ନିର୍ବାଚନମଣ୍ଡଳୀ ନେତା ନଳିନୀ ମହାନ୍ତି, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ମାନସ ଚୌଧୁରୀ, ମନୋଜ ବିଶ୍ୱାଳ ପ୍ରମୁଖ ଚିକିତ୍ସାଧିନ ଥିବା ୩୭ ଆହତ ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ଏହି ଅବସରରେ ଉଭୟ ବାଲେଶ୍ୱର ଓ ଭଦ୍ରକର ଯୁବବର୍ଗ ଯେପରି ଭାବରେ ଦୁର୍ଘଟଣା ପିଡ଼ିତଙ୍କୁ ରକ୍ତଦାନ କରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସହଯୋଗ କରିଛନ୍ତି, ସେମାନଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ଅବଦୁଲ ମୋକିତ ଖାଁ, ପିତବାସ ଧଳ, ରାଜୀବ ଗାନ୍ଧୀ ସେବା ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଧାମନଗର ବ୍ଳକ ସଭାପତି ଅଭିଷେକ ରାଉତ, ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ, ଜିଲ୍ଲା ଛାତ୍ର ସଭାପତି ସେକ ସାହିଲ କାଦ୍ରୀ, ଯୁବନେତା ବିଜୟ ଶଙ୍କର ମହାନ୍ତି, ହେମନ୍ତ ମହାପାତ୍ର, ତନଭୀର ଖାନ, ଇଲ୍ଲିୟାସ ଅଲ୍ଲୀ ଖାନ, ଏନାମୁଲ ହକ୍‌, ବିଜୟ ବାରିକ, ରଂଜିତ ପାତ୍ର ପ୍ରମୁଖ ଉକ୍ତ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀଙ୍କ ସହ ଜିଲ୍ଲା ଚିକିତ୍ସାଳୟ ବୁଲିବା ସହ ଚିକିତ୍ସାଧିନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରିଥିଲେ । ଏହି ଅବସରରେ ଜିଲ୍ଲା ଯୁବ ଛାତ୍ର କଂଗ୍ରେସ ଅନୁକୂଳ୍ୟରେ ଆହତମାନଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବ୍ଲଡ ବ୍ୟାଙ୍କ ପରିସରରେ ଏକ ରାକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।