Odiapua.com

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଆଧ୍ୟାତ୍ମିକ ଚିନ୍ତନ

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କୁଆଁସସ୍ଥିତ ନିତ୍ୟାନନ୍ଦ ଭବନ ପରିସରରେ ସଂଘର ମାସିକ ସ୍ୱତନ୍ତ୍ର ବୈଠକ, ଶୋକସଭା ଓ ଆଧ୍ୟାତ୍ମିକ ଚିନ୍ତନ କାର୍ଯ୍ୟକ୍ରମରେ ଉପସଭାପତି ଉଦୟନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ମଞ୍ଚାସୀନ ଥିଲେ ଉପସଭାପତି ଡ଼ଃ ଗୋଲକ ବିହାରୀ ସାହୁ ସମସ୍ତ ଉପସଭାପତି ଓ ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ । ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସଂଧାରଣ ସଂପାଦକଙ୍କ ଆଲୋଚନା ପରେ ଦିବଂଗତ ସଦସ୍ୟ ଉପେନ୍ଦ୍ର ପ୍ରସାଦ ଦାସଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇ ସ୍ମୃତି ଚାରଣ ହୋଇଥିଲା । ଉପସଭାପତି ଶାନ୍ତୁନୁ କୁମାର ରାଉତଙ୍କ ଦ୍ୱାରା ପ୍ରବଚିକା ବ୍ରହ୍ମକୁମାରୀ ସୁଶ୍ରୀ ମଧୁସ୍ମିତା ଦାଶ ଓ ବ୍ରହ୍ମକୁମାରୀ ଲଳିତାଙ୍କୁ ସ୍ୱାଗତ କରାଯାଇ ତାଙ୍କର ପରିଚୟ ପ୍ରଦାନ ସହ ମଞ୍ଚାସୀନ କରାଯାଇଥିଲା । ମୁକ୍ତିକାନ୍ତ ମହାପାତ୍ର ଉଭୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଅଜିତ୍ କୁମାର ନାୟକ, କରୁଣାକର ଉପାଧ୍ୟାୟ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ବ୍ରହ୍ମକୁମାରୀ ଲଳିତା ସୁଲଳିତ କଣ୍ଠରେ ଜୀବନ ଦର୍ଶନ ସଂପର୍କୀୟ ହୃଦୟସ୍ପର୍ଶୀ ସଂଗୀତ ଗାନ୍ କରିଥିଲେ । ପ୍ରବଚିକା ମଧୁସ୍ମିତା ନିଜର ଚିନ୍ତନ ମାଧ୍ୟମରେ ନୀରବତା ଶାନ୍ତି, ଆତ୍ମା, ଧର୍ମାତ୍ମା, ମହାତ୍ମା, ଦୟା, କ୍ଷମା, ବିନୟ, ନମ୍ରତାକୁ କିପରି ଆତ୍ମା ମାଧ୍ୟମରେ ପରମାତ୍ମାଙ୍କ ଠାରେ ପହଞ୍ଚାଇ ହେବ ଓ ହିଂସା, ଦ୍ୱେଷ, ପରଶ୍ରୀକାତରତା, କ୍ରୋଧ, ଅସହିଷ୍ଣୁତା ଲୋଭ ଦୂର ପାଇଁ ଧ୍ୟାନ, ଯୋଗ ମାଧ୍ୟମ ଅଟେ । ସମସ୍ତଙ୍କ ସହ ଯୋଗାଭ୍ୟାସ କରାଇ ତାଙ୍କର ମର୍ମସ୍ପର୍ଶୀ ପ୍ରବଚନ ମାଧ୍ୟମରେ ସମସ୍ତଙ୍କୁ ବିମୁଗ୍ଧ କରିଥିଲେ । ଉପସଭାପତି କବି ହରମୋହନ କୁଅଁର ପ୍ରବଚନର ସାରାଂଶ ପ୍ରଦାନ ସହ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନୂତନ ସଦସ୍ୟ କାଶୀନାଥ ମହାପାତ୍ରଙ୍କୁ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୁଧିଷ୍ଠିର ବାରିକ୍‌, କୈଳାଶ ଚନ୍ଦ୍ର ପଣ୍ଡା, ବିନୟ କୁମାର ପଣ୍ଡା, କାଶୀନାଥ ସାହୁ, ବସନ୍ତ କୁମାର ଦେ, ହରେକୃଷ୍ଣ ସାହୁ, ବୀର ନାରାୟଣ ଦାସ, ଆଦିତ୍ୟ କୁମାର ନାୟକ, ସ୍ନେହଲତା ବେହେରା, ସୁରେଶ ସାହୁ, ଅରବିନ୍ଦ ବସନ୍ତରାୟ, ନିରଞ୍ଜନ ବିଶ୍ୱାଳ, ଏସ୍‌.କମିଳା, ହରେକୃଷ୍ଣ ତ୍ରିପାଠୀ, ସୁଧାକର ରାଉତ, ଦୁଃଶାସନ ମହାନ୍ତି, ରମେଶ ଚନ୍ଦ୍ର ଦାଶ, ଚନ୍ଦ୍ର ମୋହନ ମହାନ୍ତି ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଲକ୍ଷ୍ମଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।