Odiapua.com

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଆସନ୍ତା ବାର୍ଷିକ ଉତ୍ସବ ଉପଲକ୍ଷେ ସଂଘର ସମାବେଶ କେନ୍ଦ୍ର ନିତ୍ୟାନନ୍ଦ ଭବନରେ ଦିଗମ୍ବର ମହାନ୍ତିଙ୍କ ପୌରୋହିତ୍ୟରେ ସ୍ୱତନ୍ତ୍ର ଅଧିବେଶନ କୋଭିଡ଼୍ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରୀ ସଭାପତି ପଦ୍ମନାଭ ପାଢ଼ୀ, ଉପସଭାପତି ଡ଼. ଗୋଲକ ବିହାରୀ ସାହୁ, ଉଦୟନାଥ ମହାନ୍ତି ମଞ୍ଚାସୀନ ଥିଲେ । ସାଧାରଣ ସଂପାଦକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଭାକର ମଲ୍ଲିକ ପୂର୍ବଅଧିବେଶନର ବିବରଣୀ ପାଠ କଲାପରେ ସର୍ବସମ୍ମତି କ୍ରମେ ସଭାପତିଙ୍କ ଦ୍ୱାରା ଦୃଢ଼ିଭୂତ ହେଲା । ଏହି ଅବସରରେ ସଂଘର ବର୍ଷିୟାନ ସଦସ୍ୟ ଦିବଂଗତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟି ସମୂହ ନୀରବ ପ୍ରାର୍ଥନା ସହ ସଦସ୍ୟସଦସ୍ୟାମାନେ ତାଙ୍କ ସ୍ମୃତି ଚାରଣ କରିଥିଲେ । ଡ଼ିସେମ୍ବର ମାସ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ଅଶିବର୍ଷ ଅତିକ୍ରମ କରିଥିବା ଆଜୀବନ ସଦସ୍ୟସଦସ୍ୟାଙ୍କୁ ସମ୍ବର୍ଦ୍ଧନା, ସ୍ମରଣିକା “ଉତ୍ତରଣ” ଉନ୍ମୋଚନ, ଗୟାଧର ପଲାଇ, କୃପାସିନ୍ଧୁ ବାରିକ୍ ଓ ମୁରଲୀଧର ପଣ୍ଡାଙ୍କ ସ୍ମୃତିରେ ଛାତ୍ରଛାତ୍ରୀ ପ୍ରତିଭା ସମ୍ମାନ, କାଶୀନାଥ ସାହୁଙ୍କ ଛାତ୍ରଛତ୍ରୀ ପ୍ରତିଭା ସମ୍ମାନ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ବାର୍ଷିକ ଉତ୍ସବର ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମର ପ୍ରସ୍ତୁତି ସର୍ମ୍ପକୀୟ ଦାୟିତ୍ୱ ଗଠିତ ସବ୍‌କମିଟି ମାଧ୍ୟମରେ ସମ୍ପାଦନ ନିମନ୍ତେ ସମସ୍ତଙ୍କୁ ଅବଗତ କରାଗଲା । ଯୁଗ୍ମ ସଂପାଦକ ଅଜିତ୍ କୁମାର ନାୟକ ସଂଘର ପାଣ୍ଠି ସର୍ମ୍ପକୀୟ ଓ ବାର୍ଷିକ ଉତ୍ସବ ପାଇଁ ସଭ୍ୟସଭ୍ୟାଙ୍କ ସ୍ୱେଚ୍ଛାକୃତ ଦାନ ସର୍ମ୍ପକରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଯୁଗ୍ମ ସଂପାଦକ କରୁଣାକର ଉପାଧ୍ୟାୟ ଅଧିବେଶନ ପରିଚାଳନାରେ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ କ୍ଷୀରୋଦ ଚନ୍ଦ୍ର ମିଶ୍ର, ଡ଼. କ୍ଷୀରୋଦ କୁମାର ସାମଲ, ଡ଼.ରାଧାରଣୀ ମହାପାତ୍ର, କାଶୀନାଥ ସାହୁ, କୈଳାସ ଚନ୍ଦ୍ର ପଣ୍ଡା, ଶାନ୍ତନୁ କୁମାର ରାଉତ, ହରେକୃଷ୍ଣ ସାହୁ, ହରେକୃଷ୍ଣ ତ୍ରିପାଠୀ, ବିଜୟ କୁମାର ନାୟକ, ଲକ୍ଷ୍ମଣ କୁମାର ମହାନ୍ତି, ବାଦଲ କିଶୋର ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ବିନୟ କୁମାର ପଣ୍ଡା, ଚନ୍ଦ୍ରମୋହନ ମହାନ୍ତି, ଦୈତ୍ୟାରୀ ଦାସ, ଗୀତା କୁମାରୀ ପରିଡ଼ା, ଅରବିନ୍ଦ ବସନ୍ତରାୟ, ଦୁଃଶାସନ ମହାନ୍ତି, ମନୋଜ କୁମାର ସେଠ, କାଶୀନାଥ ଦାସ, ସୁରେଶ କୁମାର ସାହୁ, ତ୍ରିଲୋଚନ ପଣ୍ଡା ପ୍ରମୁଖ ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ । ନିରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।