Odiapua.com

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ‘ରଜତ ଜୟନ୍ତୀ’ ଉତ୍ସବ ପାଇଁ ସ୍ୱତନ୍ତ୍ର ଅଧିବେଶନ

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ‘ରଜତ ଜୟନ୍ତୀ’ ଉତ୍ସବ ପାଳନ ଉପଲକ୍ଷେ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ ପରିସରରେ ସଭାପତି ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମଂଚାସୀନ ଥିଲେ ସଭାପତି, କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି, ଉପସଭାପତି ଡଃ ଗୋଲକ ବିହାରୀ ସାହୁ, ହରମୋହନ କୁଅଁର, ଶାନ୍ତନୁ କୁମାର ରାଉତ, ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ, ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ, କରୁଣାକର ଉପାଧ୍ୟାୟ। ଆଲୋଚନା ପରେ ସର୍ବସମ୍ମତି କ୍ରମେ ଚଳିତ ଫେବୃୟାରୀ ମାସ ୨୨ ତାରିଖରେ ‘ରଜତ ଜୟନ୍ତୀ’ ଉତ୍ସବ ମହାସମାରୋହରେ ପାଳିତ ହେବାର ଧାର୍ଯ୍ୟ ହେଲା। ଉତ୍ସବକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପାଳନ ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ କମିଟି ଗଠିତ ହୋଇ କର୍ମକର୍ତା ଓ ସଦସ୍ୟ ସଦସ୍ୟାଙ୍କୁ ଦାୟିତ୍ୱ ଅର୍ପଣ କରାଗଲା। ପୂର୍ବାହ୍ନ ଅଧିବେଶନରେ ଆସନ୍ତା ୩ ବର୍ଷ ପାଇଁ ନୂତନ କର୍ମକର୍ତା ବିଧିବଦ୍ଧ ଭାବେ ନିର୍ବାଚନ କରାଯିବ। ସଂଘର ୨୦୨୫ ମସିହାରେ ଅଶୀବର୍ଷ ଅତିକ୍ରମ କରିଥିବା ଓ ପୂର୍ବରୁ ସମ୍ବର୍ଦ୍ଧିତ ହୋଇନଥିବା ଆଜୀବନ ସଦସ୍ୟ ସଦସ୍ୟା, ଜଣେ ଶିକ୍ଷୟିତ୍ରୀ, ଜଣେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ। ଦାଦାଙ୍କ ସର୍ତ ଅନୁସାରେ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଓ ବିଦ୍ୟାଳୟ ସ୍ତରରେ ଗତ ବାର୍ଷିକ ପରୀକ୍ଷାରେ ବିଶେଷ ସଫଳତା ପାଇଁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ଉତ୍ସବରେ ସଂଘର ‘ରଜତ ଜୟନ୍ତୀ’ ଉତ୍ସବ ସ୍ମରଣିକା-୨୦୨୬ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଲୋକାର୍ପଣ କରାଯିବ। କାର୍ଯ୍ୟକ୍ରମରେ ସମସ୍ତଙ୍କର ସାହାଯ୍ୟ, ସହଯୋଗ ଓ ଉପସ୍ଥିତି କାମନା କରାଯାଇଛି, କର୍ମଟିର ସଦସ୍ୟଙ୍କ ମାଧ୍ୟମରେ ସମସ୍ତ ଅଫିସ, ବ୍ୟାଙ୍କ, ଟ୍ରେଜେରୀ, ମିଡ଼ିୟା, ଭଦ୍ରକର ପ୍ରମୁଖ ସଂସ୍ଥା, ବୁଦ୍ଧିଜୀବୀ, ସଦସ୍ୟ ସଦସ୍ୟା, ବିଭିନ୍ନ ଜୋନ୍‌ର କର୍ମକର୍ତାଙ୍କୁ ନିମନ୍ତ୍ରଣ ପତ୍ର ପ୍ରେରଣ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଅଛି। ସମ୍ବର୍ଦ୍ଧନାର ମାନପତ୍ର ପ୍ରସ୍ତୁତ ଦାୟିତ୍ୱ ହରମୋହନ କୁଅଁର ଓ ଲକ୍ଷ୍ମଣ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଅଛି। ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ମୁକ୍ତିକାନ୍ତ ମହାପାତ୍ର, ଆଦିତ୍ୟ କମାର ନାୟକ, ଅନାଦି ଚରଣ ଦାସ, ସ୍ନେହଲତା ବେହେରା, ଶାନ୍ତିଲତା ବାରିକ, କୈଳାଶ ଚନ୍ଦ୍ର ପଣ୍ଡା, ରମାକାନ୍ତ ନାୟକ, ପ୍ରଶାନ୍ତ କୁମାର ଦେ, ହରେକୃଷ୍ଣ ସାହୁ, ତାରକ ଦାସ ଆଢ଼୍ୟ, ଘନଶ୍ୟାମ ଲେଙ୍କା, ରାଜେନ୍ଦ୍ର କୁମାର ପାତ୍ର, ଉପେନ୍ଦ୍ର ରାଉତ, ରମେଶ ଦାସ, ବସନ୍ତ କୁମାର ସାହାଣୀ, ସୁରେଶ କୁମାର ସାହୁ, ବାଦଲ କିଶୋର ମହାପାତ୍ର, ନିରଞ୍ଜନ ବିଶ୍ୱାଳ, ଲକ୍ଷ୍ମଣ ମହାନ୍ତି, ବାମନ ରାଉତ, ନୃସିଂହ ଚରଣ ପଣ୍ଡା, କିଶୋର ଧଳ, କାଶୀନାଥ ପଣ୍ଡା, ଗୟାଧର ପଣ୍ଡା, ଗୋପାଳ ଚନ୍ଦ୍ର ସେଠୀ, ରମାକାନ୍ତ ଲେଙ୍କା ମୁକ୍ତିକାନ୍ତ ମହାନ୍ତି, କମଳାକାନ୍ତ ସ୍ୱାଇଁ। ଧନ୍ୟବାଦ ଅର୍ପଣ କରିଥିଲେ ମଦନ ମୋହନ ନାୟକ।