Odiapua.com

ଭଦ୍ରକ ଜିଲ୍ଲାର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ସେବା ଓ ସମର୍ପଣ ଅଭିଯାନ ଆରମ୍ଭ

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ତରଫରୁ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ସେଥି ମଧ୍ୟରୁ ଭଦ୍ରକ ସହରର ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଏବଂ ସ୍ୱଚ୍ଛଭାରତ ଅଭିଯାନ, ସହରରେ ଥିବା ହରେକୃଷ୍ଣ ମହତାବ, ଜାତିର ଜନକ ମହାତ୍ମା ଗାନ୍ଧି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟର୍ପଣ ବି.ପେ.ପିର ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ନେତୃତ୍ୱରେ କରାଯାଇଥିଲା । ଏହାପରେ ଭାଗବତ କଲ୍ୟାଣମଣ୍ଡପ ଠାରେ ଏକ ଜିଲ୍ଲା ସ୍ତରୀୟ ରକ୍ତଦାନ ଶିବୀର ଆୟୋଜନ କରାଯାଇଥିଲା । ଏଥିରେ ଶତାଧିକ ବିଜେପିର ଯୁବ ସଂଗଠକ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ଡା. ପ୍ରଦୀପ ନାୟକ ଉଦ୍‌ଘାଟନ କରିଥିଲେ । ବିଶେଷ ଭାବରେ ଉକ୍ତ ରକ୍ତଦାନ ଶିବିରରେ ବି.ଜେ.ପି. ଯୁବମୋର୍ଚ୍ଛାର ସୂର୍ଯ୍ୟବଂଶୀ ସୂରଜଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଜିଲ୍ଲା ସଭାପତି ପ୍ରଥମେ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ ।

ଚାନ୍ଦବାଲିଠାରେ ଭାରତୀୟ ଜନତାପାର୍ଟି ତରଫରୁ କିଷାନ ଓ ଯବାନମାନଙ୍କୁ ଭଦ୍ରକ ଜିଲ୍ଲାର କୃଷକ ମୋର୍ଚ୍ଛାର ସଭାପତି ଅଶୋକ ରାଉଳଙ୍କ ନେତୃତ୍ୱରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ବତନମନ୍ତ୍ରୀ ମନମୋହନ ସାମଲ ଉଦ୍‌ଘାଟନ କରିଥିଲେ । ଏଥିରେ ଶତାଧିକ କୃଷକ ଓ ଯବାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ବଦ୍ରିନାରାୟଣ ଧଳ, ଜିଲ୍ଲାସାଧାରଣ ସଂପାଦକ ଶଶିକାନ୍ତ ବିଶ୍ୱାଳ, ଦୁର୍ଗାପ୍ରଶନ୍ନ ଦାସ, ଜିଲ୍ଲା ଉପ-ସଭାପତି ଅଶୋକ ପରିଜା, ଶ୍ରୀହର୍ଷ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ଜିଲ୍ଲା ଯୁବମୋଚ୍ଚା ପ୍ରଭାରୀ ଶରତ ପଢୀହାରି, ମହିଳା ମୋର୍ଚ୍ଚା ପ୍ରଭାରୀ ଭଗବାନ ପଣ୍ଡା, ଦେବରକୁଣ୍ଡ ମଣ୍ଡଳ ସଭାପତି ପ୍ରଭାକର ସାମଲ, ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରଭାରୀ ତପନ ମହାନ୍ତି, ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାଂଶୁ ରାଉତ, ସୁଧୀର ଦ୍ୱିବେଦୀ, ମିଲନ ଦାସ, ପ୍ରିୟବ୍ରତ ଦାସ, ସ୍ୱରୂପ ମହାପାତ୍ର, ଦେବବ୍ରତ ଦାସ, ମୁକେଶ ବାରିକ, ସାଇକ୍ରୀଷ୍ଣା ଖୁଣ୍ଟିଆ, ଚନ୍ଦନ ଦାସ ଏବଂ ଯୁବ ମୋର୍ଚ୍ଚାର ଶତାଧିକ ସଦସ୍ୟ ଯୋଗଦାନ କରିଥିଲେ । ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୧୭ଠାରୁ ଅକ୍ଟୋବର ୭ତାରିଖ (ଶାସନର ୨ବର୍ଷ ପୂର୍ତ୍ତି ଉପଲକ୍ଷେ) ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯିବ ବୋଲି ଭାଜପା ତରଫରୁ ପ୍ରକାଶ କରାଯାଇଛି ।