Odiapua.com

ଭଦ୍ରକ ଜିଲ୍ଲାରେ ୨୪ ଘଂଟାରେ ହାରାହାରି ୪୩.୭୪ ମି.ମି. ବର୍ଷା ରେକର୍ଡ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ୧୪ ଜୁଲାଇ ସକାଳ ୮.୩୦ରୁ ୧୫ ଜୁଲାଇ ସକାଳ ୮.୩୦ ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ ମୋଟ ୩୦୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ହାରାହାରି ବର୍ଷା ପରିମାଣ ୪୩.୭୪ ମିଲିମିଟର ରହିଛି। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଭଦ୍ରକ ବ୍ଲକରେ ସର୍ବାଧିକ ୧୦୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ପଛକୁ ଭଣ୍ଡାରିପୋଖରୀରେ ୫୧ ମି.ମି., ଧାମନଗରରେ ୪୦ ମି.ମି., ବନ୍ତ ଓ ତିହିଡ଼ିରେ ୩୯ ମି.ମି. ଲେଖାଏଁ, ଚାନ୍ଦବାଲିରେ ୧୯ ମି.ମି. ଏବଂ ବାସୁଦେବପୁରରେ ୧୬ ମି.ମି. ବର୍ଷା ହୋଇଛି।