Odiapua.com

ଭଦ୍ରକ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ କାର୍ଯ୍ୟକାରୀ ସଂସ୍ଥା ନିଯୁକ୍ତ

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ମାନଙ୍କର ସାମାଜିକ ଓ ଆର୍ôଥକ ସଶକ୍ତିକରଣ ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ। ବିବାହ ପରିବାର ଉପରେ ପଡୁଥିବା ଅସମାନୁପାତିକ ଆର୍ôଥକ ଭାରକୁ ହ୍ରାସ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (ଏମକେବିୱାଇ) ଆରମ୍ଭ କରିଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ସମାନ୍ତରାଳ ବିବାହ ସହାୟତା ପ୍ରଦାନ କରିବା, ଆର୍ôଥକ ଭାର କମାଇବା, ସହିତ ସାମାଜିକ ଦାୟିତ୍ୱ ପୂର୍ଣ୍ଣ ପ୍ରଥାକୁ ପ୍ରୋତ୍ସାହିତ କରିବା ପାଇଁ ପରିକଳ୍ପନା କରାଯାଇଛି। ମୁଖ୍ୟତଃ ସଶକ୍ତ ମହିଳାଙ୍କ ସହିତ ବିବାହ ଆୟୋଜନ କରି ଆର୍ôଥକ ଭାବରୁ ବଂଚିତ ପରିବାରକୁ ସହାୟତା କରିବା। ବାଲ୍ୟ ବିବାହକୁ ରୋକିବା ସହିତ ବିଧବାଙ୍କର ପୁନଃ ବିବାହକୁ ପ୍ରୋତ୍ସାହିତ କରିବା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ଉଭୟ ବର ଓ କନ୍ୟା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ। ଏହି ଯୋଜନାରେ କନ୍ୟାର ବୟସସୀମା ୧୮ରୁ ୩୫ ବର୍ଷ ଓ ବରର ବୟସସୀମା ୨୧ରୁ ୩୫ ବର୍ଷ ହେବା ଆବଶ୍ୟକ। ମୋଟ ୩୫,୦୦୦ ଟଙ୍କା ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଆର୍ôଥକ ସହାୟତା ଏବଂ କନ୍ୟାଙ୍କର ବୈବାହିକ ଜୀବନର ଆରମ୍ଭ ପାଇଁ ୧୦,୦୦୦/- ଟଙ୍କା (ଦଶହଜାରଟଙ୍କା) ମୂଲ୍ୟର ବିବାହ ଉପହାର ସାମଗ୍ରୀ ପ୍ରଦାନ କରାଯିବ। ଜିଲ୍ଲା ପ୍ରଶାସନ, ଭଦ୍ରକ ଦ୍ୱାରା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମିତ ଫେଲୋସିପକୁ କାର୍ଯ୍ୟକାରୀ ସଂସ୍ଥା ଭାବେ ନିଯୁକ୍ତ/ଚୟନ କରାଯାଇଛି। ଏହି ପରିପ୍ରେକ୍ଷିରେ ଯୋଜନା ସମ୍ପର୍କିତ ସବିଶେଷ ତଥ୍ୟ, ମାର୍ଗଦର୍ଶନ ଓ ଆବଶ୍ୟକ ସୂଚନା ପାଇଁ ଇଛୁକ ଲାଭାର୍ଥୀମାନେ କାର୍ଯ୍ୟକାରୀ ସଂସ୍ଥା ଫେଲୋସିପ, ଠିକଣା-ନଂଘାମହଲା ଛକ (ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ, ଭଦ୍ରକ ନିକଟସ୍ଥ),ସନ୍ଥିଆ,ଜିଲ୍ଲା : ଭଦ୍ରକ,ପିନକୋଡ଼ : ୭୫୬୧୦୦ ଠାରେ କିମ୍ବା ୮୩୩୯୯୧୫୯୨୨ଦୂରଭାଷ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ।