ଭଦ୍ରକ, ୩୧ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଛି। ୩୦ ଜୁଲାଇ ୨୦୨୬ ସନ୍ଧ୍ୟା ୭ଟା ସୁଦ୍ଧା ଜିଲ୍ଲାର ୧୧୦ଟି ଗ୍ରାମ ପଞ୍ଚାୟତ ଓ ୨୬ଟି ୱାର୍ଡର ୪୨୩ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ମୋଟ ୪,୬୮,୬୪୯ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧,୫୮,୨୨୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଂଚଳରେ ୨୮୬ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି। ଏଥିସହ ୨୪୮.୮ କ୍ୱିଂଟାଲ ଚୁଡ଼ା ଓ ୩୩.୮୮ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି। ବ୍ଲକ୍ୱାରୀ ସ୍ଥିତି ଅନୁଯାୟୀ, ଧାମନଗର ବ୍ଲକର ୩୦ଟି ଗ୍ରାମ ପଂଚାୟତ ଓ ୧୪ଟି ୱାର୍ଡର ୧୪୭ଟି ଗ୍ରାମର ୧,୮୨,୩୦୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧,୦୫,୯୭୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ୧୪୦ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଥିବା ବେଳେ ୯୨.୭୫ କ୍ୱିଂଟାଲ ଚୁଡ଼ା ଓ ୯.୩ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକର ୧୯ଟି ଗ୍ରାମ ପଂଚାୟତର ୭୭ଟି ଗ୍ରାମର ୭୨,୨୦୩ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୫,୪୪୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୨୫ଟି ମାଗଣା ରୋଷେଇ କେନ୍ଦ୍ର, ୪୦.୦୮ କ୍ୱିଂଟାଲ ଚୁଡ଼ା ଓ ୪.୦୮ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି। ତିହିଡ଼ି ବ୍ଲକର ୩୦ଟି ଗ୍ରାମ ପଞ୍ଚାୟତର ୧୦୨ଟି ଗ୍ରାମର ୯୮,୬୦୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୭,୮୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୩୦ଟି ମାଗଣା ରୋଷେଇ କେନ୍ଦ୍ର, ୫୬ କ୍ୱିଂଟାଲ ଚୁଡ଼ା ଓ ୫ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି। ବାସୁଦେବପୁର ବ୍ଲକର ୬ଟି ଗ୍ରାମ ପଂଚାୟତର ୧୩ଟି ଗ୍ରାମର ୭,୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୩,୧୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୪ଟି ମାଗଣା ରୋଷେଇ କେନ୍ଦ୍ର, ୧.୨ କ୍ୱିଂଟାଲ ଚୁଡ଼ା ଓ ୦.୩ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି। ଭଦ୍ରକ ବ୍ଲକର ୧୭ଟି ଗ୍ରାମ ପଂଚାୟତ ଓ ୧୨ଟି ୱାର୍ଡର ୬୧ଟି ଗ୍ରାମର ୭୩,୧୦୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୧,୦୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୫୬ଟି ମାଗଣା ରୋଷେଇ କେନ୍ଦ୍ର, ୩୨.୮ କ୍ୱିଂଟାଲ ଚୁଡ଼ା ଓ ୯.୨ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି। ଚାନ୍ଦବାଲି ବ୍ଲକର ୮ଟି ଗ୍ରାମ ପଂଚାୟତର ୨୩ଟି ଗ୍ରାମର ୩୫,୨୩୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୪,୭୪୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୩୧ଟି ମାଗଣା ରୋଷେଇ କେନ୍ଦ୍ର, ୨୬ କ୍ୱିଂଟାଲ ଚୁଡ଼ା ଓ ୬ କ୍ୱିଂଟାଲ ଗୁଡ଼ ବଂଟନ କରାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଧାମନଗର, ଧୁଷୁରୀ (ଧାମନଗର) ଓ ତିହିଡ଼ି ବ୍ଲକରେ ୩ଟି ଏନଡିଆରଏଫ ଟିମ୍, ଧାମନଗର, ଭଣ୍ଡାରିପୋଖରୀ ଓ ବାସୁଦେବପୁର ବ୍ଲକରେ ୭ଟି ଓଡ୍ରାଫ ଟିମ୍ ଏବଂ ସମସ୍ତ ବ୍ଲକରେ ସ୍ଥାନୀୟ ଅଗ୍ନିଶମ ବାହିନୀର ଟିମ୍ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।