Odiapua.com

ଭଦ୍ରକ ଜିଲ୍ଲାରେ ପାସ ହାର ୭୫.୨ ପ୍ରତିଶତ – ଅଭିନନ୍ଦନ ପଣ୍ଡା ଜିଲ୍ଲା ଟପ୍ପର

ଭଦ୍ରକ, ୧୪-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ଭଦ୍ରକ ଜିଲ୍ଲାରେ ପାସ ହାର ୭୫.୨୧ ପ୍ରତିଶତ ରହିଛି। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରସ୍ଥ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଅଭିନନ୍ଦନ ପଣ୍ଡା ଜିଲାରେ ସର୍ବାଧିକ ୯୦.୨ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ଚଳିତ ବର୍ଷ ଜିଲ୍ଲାରୁ ମୋଟ ୨୬୮୦ଜଣ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ୨୬୭୪ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬୪୯ଜଣ ପ୍ରଥମ ଶ୍ରେଣୀ, ୯୧୧ ଦ୍ୱିତୀୟ ଶ୍ରେଣୀ ଓ ୪୨୧ଜଣ ତୃତୀୟ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇଛନ୍ତି। ତେବେ ପାସ ହାର ୭୫-୨ ପ୍ରତିଶତ ହୋଇଛି।