Odiapua.com

ଭଦ୍ରକ ଜିଲ୍ଲାରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ ୧୮-୭ (ଓଡ଼ିଆ ପୁଅ) ଭଦ୍ରକ ଜିଲ୍ଲାରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ତିନୋଟି କେସ୍ ସ୍ଥାନୀୟ ଯୋଗାଯୋଗ ସମ୍ପର୍କରୁ ହୋଇଥିବା ଜଣା ପଡ଼ିଛି। ନୂଆ ସୁସ୍ଥ ହୋଇଛନ୍ତି ତିନିଜଣ ମୋଟ ଜିଲ୍ଲାରେ କରୋନା ଟେଷ୍ଟ ହୋଇସାରିଲାଣି ୧୩୪୮୯ ଏବଂ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସମଖ୍ୟା ୩୧୮ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୯୧ ଜଣ ଏବଂ ସକ୍ରିୟ କେସ୍ ୨୬ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।