Odiapua.com

ଭଦ୍ରକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ୮୨ ଚିହ୍ନଟ

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୮୨ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୯୯ ହୋଇଛି । ସେମାନଙ୍କ ମଧ୍ୟରୁ ୪୫୪୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୮୪୨ଜଣ ଆକ୍ରାନ୍ତ ଏବେ ଚିକିିତ୍ସାଧୀନ ଅଛନ୍ତି । ଆଜି ସୁଦ୍ଧା ଜିଲ୍ଳାରୁ ମୋଟ ୮୭ହଜାର ୭୪୪ ନମୁନା ପରୀକ୍ଷା ହୋଇ ସାରିଛି । ଆଜି ଯେଉଁସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ସେମାନେ ଭଦ୍ରକ ବ୍ଲକର ୧୨ଜଣ, ଭଦ୍ରକ ପୌରପାଳିକାର ୧୨ଜଣ, ଭଣ୍ଡାରିପୋଖରୀ ବ୍ଳକର ୭ଜଣ, ଧାମନଗର ବ୍ଳକର ୮ଜଣ, ତିହିଡି ବ୍ଲକର ୨୭ଜଣ, ବାସୁଦେବପୁର ବ୍ଳକର ୨ଜଣ, ଚାନ୍ଦବାଲି ବ୍ଲକର ୯ଜଣ, ଚାନ୍ଦବାଲି ଏନ୍‌ଏସିର ୩ଜଣ ଏବଂ ବନ୍ତ ବ୍ଳକର ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।