Odiapua.com

ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଏଷ୍ଟାବ୍ଲିଶମେଂଟ ଅଫିସରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଧାମନଗର ବ୍ଲକର କାର୍ଯ୍ୟରତ ବରିଷ୍ଠ କିରାଣୀ କଟନ ସିଂହ

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଏଷ୍ଟାବ୍ଲିଶମେଂଟ ଅଫିସରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଧାମନଗର ବ୍ଲକର କାର୍ଯ୍ୟରତ ବରିଷ୍ଠ କିରାଣୀ କଟନ ସିଂହ। ବିଭିନ୍ନ ସମୟରେ ମାଗିଥିବା ଲାଂଚ ନଦେବାରୁ ଏଷ୍ଟାବ୍ଲିଶମେଂଟ ଅଫିସର ପ୍ରମିଳା ମଲ୍ଲିକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି କଟନ । ଏ ନେଇ ସାମାଜିକ ଗଣ ମାଧ୍ୟମ ରେ ତାଙ୍କର ଭିଡ଼ିଓ ଭାଇରାଲ ହେଉଛି। ଏନେଇ ସେ ରାଷ୍ଟ୍ରପତି, ରାଜ୍ୟପାଳ ଓ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ ଜଣାଇଛନ୍ତି। କଟନ ସିଂହ ବୟସରେ ବରିଷ୍ଠ ହୋଇଥିଲେ ସୁଦ୍ଧା ତାଙ୍କୁ ପ୍ରମୋସନ୍ ଦିଆଯାଉନାହିଁ। ଭଦ୍ରକ ଜିଲ୍ଲାପାଳ ଯେଁଉଠିକ ବଦଳି କରନ୍ତି ସେ ବିନା କୌଣସି ଦ୍ୱନ୍ଦରେ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ କରନ୍ତି। ସେ କୌଣସି ଦୁର୍ନୀତି କରନ୍ତି ନାହିଁ ଓ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ସେଥିଲାଗି ତାଙ୍କୁ ହଇରାଣ ଓ ପ୍ରମୋସନ ଦିଆଯାଉନାହିଁ। ବଦଳରେ ଡିମୋସନାଲ୍ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି। ଯଦି ମୋ ଘଟଣା ଜିଲ୍ଲାପାଳ ସମାଧାନ ନକରନ୍ତି ତାହାଲେ ବାଲେଶ୍ୱର ଛାତ୍ରୀ ସୌମ୍ୟଶ୍ରୀ ବିଶି ଭଳି ଆତ୍ମାହୁତି କରିଦେବି। ସବୁଠାରୁ ବଡ କଥାହେଲା ଶନିବାର ସନ୍ଧ୍ୟା ରେ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ବନ୍ୟା ସମ୍ପର୍କରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ,ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ ରାୟ ,ଭଦ୍ରକ ଏସପି ମନୋଜ ରାଉତ , ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ସମେତ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିବା ବେଳେ ଏପଟେ କଟନ ଆତ୍ମହତ୍ୟା ଧମକ ସାଧାରଣ ରେ ଉପସ୍ଥିତ ଲୋକ ଙ୍କୁ ଚକିତ କରିଛି।