Odiapua.com

ଭଦ୍ରକ ଜିଲା ସାଂସ୍କୃତିକ ସମ୍ମେଳନ ତ୍ୟାଗଭୂମି ମହୋତ୍ସବ ଉଦ୍‌ଘାଟିତ

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ମଠସାହି ନୂଆ ବସ୍‌ଷ୍ଟାଣ୍ଡ ନିକଟ ଗୋପାଳଜୀଉ ପଡିଆରେ ତ୍ୟାଗଭୂମି ମହୋତ୍ସବ ୨୦୨୪ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟିତ ହୋଇଛି। ଏହି ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଆଜିର ଉଦ୍‌ଘାଟନ ଦିବସର ପ୍ରାତଃରେ ରକ୍ତତୀର୍ଥ ଇରମ୍ ଓ ଶହୀଦପୀଠ ଲୁଣିଆରୁ ଏକ ମସାଲ୍ ଶୋଭାଯାତ୍ରା ବର୍ଣ୍ଣାଢ଼୍ୟ ସମାବେଶରେ ଲହୁଡି, ଢୋଲ, ଝାଞ୍ଜ ଓ ମୃଦଙ୍ଗ ଆଦି ପାରାମ୍ପାରିକ ବାଦ୍ୟ ସହ ସହର ପରିକ୍ରମା କରିଥିଲା। ଏହି ମଶାଲ ଶୋଭାଯାତ୍ରା କାଳରେ ସହରର ପ୍ରବେଶ ପଥ ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଅନ୍ୟ ମହାପୁରୁଷଙ୍କ ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ରକ୍ତତୀର୍ଥ ଇରମ ଓ ଶହୀଦ ପୀଠ ଲୁଣିଆ ସ୍ମୃତିରେ ଶୋଭଯାତ୍ରା ସହର ପରିକ୍ରମା କରିବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ମଡକର ସନ୍ଦୀପ ସମ୍ପତ ସହୀଦ ମଶାଲକୁ ଗ୍ରହଣ କରି ସଭାସ୍ଥଳରେ ସ୍ଥାପନା କରିଥିଲେ। ଏହାପରେ ତ୍ୟାଗଭୂମି ମଂଚରେ ‘ବନ୍ଦେ ଉତ୍କଳ ଜନନୀ’ ପ୍ରାରମ୍ଭିକ ସଂଗୀତ ତିହିଡି ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ପରିବେଷଣ କରାଯାଇଥିଲା। ସଭାପତି ଅଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ଜିଲା ଆରକ୍ଷୀ ଅଧୀକ୍ଷକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ସମାଜସେବୀ ଶେଖର ମହାପାତ୍ର ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ ପରେ ଅନ୍ୟତମ ସମ୍ମାନିତ ଅତିଥି ପରେ ଇଂ ଅଖିଳ ପାଢୀ, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ତ୍ୟାଗଭୂମି ଭଦ୍ରକର ଐତିହ୍ୟ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ସଂପାଦକ ଗଦାଧର ବଳ ସ୍ୱାଗତ ଭାଷଣ ଓ ତ୍ୟାଗଭୂମି ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ। ଶେଷରେ ରୂପକ କୁମାର ରାୟ ଧନ୍ୟବାଦ ଅର୍ପଣ ପରେ ତିହିଡି ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁଧାକର ରାଉତ, ଲଲାଟେନ୍ଦୁ ମଳିକ, ମନୋରଞ୍ଜନ ଦାସ, ବିପ୍ଳବ ହୋତା, ବାବୁଲାଲ ଦାସ, ଗୟାଧର ପଣ୍ଡା, ମଦନ ମୋହନ ନାୟକ, ବିଚିତ୍ରାନନ୍ଦ ମହାନ୍ତି, ପଦ୍ମନ କୁମାର ରାୟ, କୈଳାଶ ମହାପାତ୍ର, ଯୋଗେନ୍ଦ୍ର ସାମଲ,ଡ଼ଃ ରାଜକିଶୋର ସାହୁ, ବସନ୍ତ ପାଣିଗ୍ରାହୀ, ଉମାକାନ୍ତ ମଲିକ, ପ୍ରଭାତ ବିଜୟ, ବସୁମିତ୍ରା ସାହୁ, ଦୀପ୍ତିମୟୀ ସାହୁ, ଲକ୍ଷ୍ମୀକାନ୍ତ ବାରିକ, କାଳନ୍ଦୀ ମଲିକ, ପ୍ରଭାକାର ପରିଡା, ସଂଜୟ ମାଝୀ, ଦୀପକ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।