Odiapua.com

ଭଦ୍ରକ ଜିଲା ସବ୍‌ରେଜିଷ୍ଟରଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ, ୩ୟ ଦିନରେ ପହଞ୍ଚିଲା ଜନ ଆନ୍ଦୋଳନ ଓ ପ୍ରତିବାଦ ସଭା

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ସବ୍‌ରେଜିଷ୍ଟରଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ମୋହରୀର ସଂଘ ଓ ଜନସାଧାରଣ ପକ୍ଷରୁ ଦିଆଯାଇଥିବା ଜନ ଆନ୍ଦୋଳନ ଓ ପ୍ରତିବାଦ ସଭା ଆଜି ତୃତୀୟ ଦିନରେ ପହଞ୍ôଚଛି। ଜିଲା ପ୍ରଶାସନ ଓ ବିଧାୟକମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନାହିଁ। ଯଦି ଆସନ୍ତା ଦିନରେ ସେମାନଙ୍କ ଦାବି ସମାଧାନ କରାନଯାଏ, ତେବେ ରେଜେଷ୍ଟ୍ରି ଅଫିସ୍‌ରେ ତାଲା ପକାଇବା ସହ ଜନ ଆନ୍ଦୋଳନ ଜୋରଦାର ହେବାର ଚେତାବନୀ ଦେଇଛନ୍ତି। ତେବେ ସେମାନଙ୍କ ଦାବିଗୁଡିକ ମଧ୍ୟ ମୋହରୀରମାନଙ୍କୁ ଜିଲା ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ନଆସିବା ଭଳି ଅଭିଯୋଗ ହୋଇଛି। ସେହିଭଳି ଜିଲା ସବ୍‌ରେଜିଷ୍ଟରଙ୍କୁ ବଦଳି କରିବା, ହାତ ଲେଖା ଦଲିଲ୍ ରେଜେଷ୍ଟ୍ରି କରିବା, ଷ୍ଟାମ୍ଫ ପେପର ଦଲିଲ୍ ରେଜେଷ୍ଟ୍ରି କରିବା ଓ ସ୍ଲଟ୍ ବୁକିଂକୁ ବିରୋଧ କରିବା ଭଳି ଦାବି ମଧ୍ୟ ରହିଛି। ଏ ନେଇ ୭ ଦଫା ସମ୍ବଳିତ ଦାବିପତ୍ର ଜିଲାପାଳ ଓ ପ୍ରଶାସନିକ ଅଧିକାରୀ ଏବଂ ବିଧାୟକ ମାନଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ। ଏହି ଜନ ଆନ୍ଦୋଳନ ଓ ପ୍ରତିବାଦ ସଭାରେ ଭଦ୍ରକ ମୋହରୀର ସଂଘର ସଭାପତି ଉମାକାନ୍ତ ସାହୁ, ସଂପାଦକ ରାମଚନ୍ଦ୍ର ସାହୁ, ସୁରେଶ ସାମଲ, ଅଶୋକ ମହାନ୍ତିଙ୍କ ସମେତ ବହୁ ମୋହରୀର ଓ ଜନସାଧାରଣ ସାମିଲ ଥିଲେ।