Odiapua.com

ଭଦ୍ରକ ଜିଲା ତ୍ୟାଗଭୂମି ମହୋତ୍ସବ ୪ର୍ଥ ସନ୍ଧ୍ୟା

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଶିକ୍ଷକ ନିଜକୁ ବପ୍ରସ୍ତୁତ କରି ଛାତ୍ରମାନଙ୍କ ଆଗରେ ରହିବା ପାଇଁ ପଡିବ। ଶିକ୍ଷାର ମାନଦଣ୍ଡକୁ ଦ୍ୱିଗୁଣିତ କରିବା ପାଇଁ ନିଜକୁ ଅଦଫିକ ଗବେଷଣାକରି ନିଜକୁ ନିୟୋଜିତ କରିବା ପାଇଁ ପଡିବ ବୋଲି ପ୍ରବୀଣା ସାହିତ୍ୟିକା ଅଧ୍ୟାପିକା ଡ. ଅର୍ଚ୍ଚନା ନାୟକ ମତବ୍ୟକ୍ତ କରିଛନ୍ତି। ଆଜି ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ୪ର୍ଥ ସନ୍ଧ୍ୟାର “ସନାତନ ମହାନ୍ତି ମଂଚ” ର ଆଲୋଚ୍ୟ ବିଷୟ ଥିଲା “ନୂତନ ଶିକ୍ଷା ଜାତୀୟ ଶିକ୍ଷାନୀତି ବନାମ ନବଉନ୍ମେଷର ଧାରା”। ଆଜିର ସଭାରେ ସଭାପତିତ୍ୱ କରିଥିଲେ ତ୍ୟାଗଭୂମିର ସଭାପତି ଅଜୟ ନାୟକ। ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତି କମିଟିର ସଦସ୍ୟ ପ୍ରଫେସର ଡ. ସଚ୍ଚିଦାନନ୍ଦ ମହାନ୍ତି। ନୂତନ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ବିଶେଷ ଆଲୋକପାତ କରିଥିଲେ ବରେଣ୍ୟ ଅତିଥି ଡ. ରାଜକିଶୋର ସାହୁ। ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ତରଫରୁ କବୟିତ୍ରୀ ଡ. ଅର୍ଚ୍ଚନା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇ ସନାତନ ମହାନ୍ତି ସ୍ମୃତି ଫଳକ ମାନପତ୍ର ପ୍ରଦାନ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ଅଧ୍ୟାପକ ଡ. ଭାଗବତ ତ୍ରିପାଠୀ। ତ୍ୟାଗଭୂମିର ବରିଷ୍ଠ ସଦସ୍ୟ ବାବୁଲାଲ ଦାସ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବାବେଳେ ସଂପାଦକ ଗଦାଧର ବଳ ସ୍ୱାଗତ ଭାଷଣ ଦେଇଥିଲେ। ତ୍ୟାଭୂମିର ଅର୍ଥ ସଚିବ ସମାଜସେବୀ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ତ୍ୟାଗଭୂମି ସଭାପତି ଅଜୟ ନାୟକ, ସଂପାଦକ ଅଧିବକ୍ତା ଗଦାଧର ବଳ, ସାଂସ୍କୃତିକ ସଂପାଦକ ବସନ୍ତ ମହାନ୍ତି, ସଂଗଠନ ସଂପାଦକ ସୁଧାକର ରାଉତ, ସହ ସଂପାଦକ ଗୌରାଙ୍ଗ ବାରିକ, ପତ୍ରିକା ସଂପାଦକ ଅଧ୍ୟାପକ ବିଶ୍ୱରଂଜନ ଦାସ, ଡକ୍ଟର ଅଭୟ କୁମାର ଦାସ, ଅମରେନ୍ଦ୍ର ବିଶ୍ୱାଳ, ଅମ୍ବିକାବଲ୍ଲଭ ସ୍ୱାଇଁ, ବ୍ୟୋମକେଶ ସେନାପତି, ରୂପକ ବିହାରୀ ରାୟ, ଅଶୋକ ଦ୍ୱିବେଦୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।