ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସାଥୀ ହେଉଛି ଏକ ଜାତୀୟ ସ୍ତରର ଅନୁଷ୍ଠାନ । ଏହି ଅନୁଷ୍ଠାନ ପକ୍ଷରୁ ଭଦ୍ରକ ଜିଲାରେ ଥିବା କିନ୍ନରମାନଙ୍କୁ ଏକମାସର ରାସନ୍, ମାସ୍କ, ସାନିଟାଇଜର ଓ ଔଷଧ ବଣ୍ଟନ କରାଯାଇଛି । ଏହି ଅନୁଷ୍ଠାନ ଦ୍ୱାରା ବିଭିନ୍ନ ଜିଲାରେ ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଚାଲୁରହିଥିବାବେଳେ ଆଜି ଭଦ୍ରକର କିନ୍ନର ଅଧ୍ୟକ୍ଷ ସୌମ୍ୟା ଦାସ ଏବଂ ସାଥୀ ଅନୁଷ୍ଠାନର ଅସିତ୍ ରାଉତଙ୍କ ତତ୍ତ୍ୱାବଧାନରେ ଚରମ୍ପା, ଭଣ୍ଡାରିପୋଖରୀ, ବାସୁଦେବପୁର, ପୁରୁଣାବଜାର, ଚାନ୍ଦବାଲି ଓ ତିହିଡି ଅଂଚଳରେ ଏହି ସହାୟତା ବଣ୍ଟନ କରାଯାଇଛି । କରୋନା ମହାମାରୀର ଲକଡାଉନ୍ ହେତୁ ଏହି କିନ୍ନରମାନେ ରୋଜଗାର ହରାଇବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ତାଙ୍କର ଏହି ବିପଦ ସମୟରେ ସାଥୀ ସାମାଜିକ ସଂଗଠନ ସେମାନଙ୍କ ନିକଟରେ ପହଞ୍ôଚ ସହାୟତାର ହାତ ବଢାଇଛି । ଆଜିର ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲା ପାଇଁ କାମ କରୁଥିବା ସୁନିତା ମହାନ୍ତ ସହଯୋଗ କରିଥିଲେ ।