Odiapua.com

ଭଦ୍ରକ ଜିଲାର ବନ୍ୟା ପରିସ୍ଥିତିର ସୁଧାର ଆସୁଛି,ଜିଲାର ୪ ଲକ୍ଷ ୭୮ ହଜାର ୪୪୪ ଜଣ ଲୋକ ପ୍ରଭାବିତ-ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଜୁଲାଇ ମାସ ମୌସୁମୀ ବର୍ଷା ସମୟରେ ଭଦ୍ରକ ଜିଲା ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଏବେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ସତର୍କତା ସ୍ତରରୁ ତଳକୁ ଖସିଆସିଥିବାରୁ ଜିଲାର ବନ୍ୟା ପରିସ୍ଥିତି କ୍ରମଶଃ ସୁଧୁରୁଛି। ତଥାପି ପ୍ରଭାବିତ ଅଂଚଳରେ ସ୍ୱାଭାବିକ ଜନଜୀବନର ଶୀଘ୍ର ପୁନଃ ସ୍ଥାପନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ରିଲିଫ୍‌, ପୁନରୁଦ୍ଧାର ଏବଂ ପୁନର୍ବାସ କାର୍ଯ୍ୟକ୍ରମକୁ ପ୍ରାଥମିକତା ଭିତିରେ ଜାରି ରଖାଯାଇଛି। ତେବେ ଆଜି ସନ୍ଧ୍ୟାରେ ଭଦ୍ରକର ନୂତନ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ତାଙ୍କ ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ପ୍ରଶାସନ ପକ୍ଷରୁ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଏହି ବନ୍ୟା ଦ୍ୱାରା ୬ଟି ବ୍ଲକ୍‌, ୩ଟି ସହରାଂଚଳ, ୧୧୧ ଟି ଗ୍ରାମଂପଚାୟତରେ (ବର୍ତମାନ ୨୪ଟି), ୩୧ ଟି ୱାର୍ଡ ଓ ୪୨୪ ଟି ଗ୍ରାମ ପ୍ରଭାବିତ ହୋଇଛି। ପ୍ରାୟ ୪ ଲକ୍ଷ ୭୮ ହଜାର ୪୪୪ ଜଣ ଲୋକ ଏହି ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିବାବେଳେ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ ୨ ଲକ୍ଷ ୯ ହଜାର ୩୨୮ ଜଣଙ୍କୁ ସୁରକ୍ଷିତ ଭାବେ ୩୪୬ ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ବନ୍ୟାରେ ୧୦୭ ଟି ଘର କ୍ଷତିଗ୍ରସ୍ତ ହୋଇଛି। କୌଣସି ମାନବ କିମ୍ବା ପଶୁଧନର ମୃତ୍ୟୁ ଘଟିନାହିଁ। ପ୍ରାୟ ୧ ଲକ୍ଷ ୨୭ ହଜାର ୮୦୭ ଟି ପଶୁଧନ ପ୍ରଭାବିତ ହୋଇଥିବାବେଳେ ଫସଲ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଏବେ ଚାଲିଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୩୪୬ ଟି ମାଗଣା ରନ୍ଧନଶାଳା ଏବଂ ୩୪୬ ଟି ରିଲିଫ୍ କ୍ୟାମ୍ପ ପରିଚାଳନା କରାଯାଇଛି। ଏହି ରିଲିଫ୍ ସାମଗ୍ରୀ ମଧ୍ୟରେ ୮୫୨.୪୮ କ୍ୱିଂଟାଲ ଚୁଡା, ୧୧୨.୪୧ କ୍ୱିଂଟାଲ ଗୁଡ, ୧ ଲକ୍ଷ ୫ ଶହ ବୋତଲ ପାନୀୟ ଜଳ, ୩୬ ହଜାର ୬ ଶହ ପାଣି ପାଉଚ, ୮୫୦ ଟି ପଲିଥିନ ସିଟ୍‌, ୨୩୮ ମେଟ୍ରିକ୍ ଟନ୍ ପଶୁଖାଦ୍ୟ, ୧.୬୫ କ୍ୱିଂଟାଲ ଶୁଖିଲା ପଶୁ ଖାଦ୍ୟ, ୫୧୯ ଟି ପଶୁଧନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ୧୪ଟି ମେଡିକାଲ ଟିମ୍ ଏବଂ ୭ଟି ଭେଟେରିନାରୀ ଟିମ୍ ନିୟୋଜିତ ହୋଇଛନ୍ତି। ୭୮ ଜଣ ଅଜଣା ଜୀବ କାମୁଡାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୩୬ ଟି ସାପ କାମୁଡା ଘଟଣା ରହିଛି। ୧୩ ଜଣ ସାପ କାମୁଡା ପୀଡିତଙ୍କୁ ଆଂଟି ସ୍ନେକ୍ ଭେନମ୍ ପ୍ରଦାନ କରାଯାଇଛି। ସେହିଭଳି ଉଦ୍ଧାର ଓ ଜରୁରୀକାଳୀନ ପ୍ରକ୍ରିୟା ସଫଳତାର ସହ କରାଯାଇଥିବାବେଳେ ଏଥିରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ର ୩ଟି ଟିମ୍‌, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ୍ୱ କାର୍ଯ୍ୟବାହିନୀ (ଓଡ୍ରାଫ୍‌) ର ୭ଟି ଟିମ୍‌, ଓଡ଼ିଶା ଅଗ୍ନିଶମ ଓ ଜରୁରୀ ସେବା ବାହିନୀ, ଜିଲା ପ୍ରଶାସନ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଏହି ଉଦ୍ଧାର କାର୍ଯ୍ୟରେ ୬୬ ଜଣ ଅସୁସ୍ଥ ବ୍ୟକ୍ତି, ୨୪ ଜଣ ଶିଶୁ, ୨୭ ଜଣ ସାପ କାମୁଡା ପୀଡିତ, ୫୧ ଜଣ ଗର୍ଭବତୀ ମହିଳା ଏବଂ ୨୬ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରି ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସେବାର ପୁନଃ ସ୍ଥାପନ ନିମନ୍ତେ ରାସ୍ତାଘାଟ ବିଦ୍ୟୁତ୍ ସରବରାହ, ପାନୀୟଜଳ, ପରିମଳ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କ ପାଇଁ ଆବଶ୍ୟକ ଭିତିଭୂମି ସେବାର ପୁନଃ ସ୍ଥାପନ କାର୍ଯ୍ୟକୁ ପ୍ରାଥମିକତାର ସହ କରାଯାଉଛି। ଏବେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଥିବାରୁ ବନ୍ୟା ପରିସ୍ଥିତି କ୍ରମଶଃ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ତେବେ ପରିସ୍ଥିତି ଉପରେ ଜିଲାପାଳଙ୍କ ପ୍ରକୋଷ୍ଠରେ ଖୋଲାଯାଇଥିବା ୨୪ ଘଂଟିଆ କେଂଟ୍ରାଲ ରୁମ୍ ଖୋଲାଯାଇ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇ ଯେକୌଣସି ଉଦ୍ଭବ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ସତକର୍ତା ଅବସ୍ଥାରେ ରହିଛନ୍ତି। ଜିଲାପାଳ ଓ ଜିଲା ଦଣ୍ଡାଧିକାରୀଙ୍କ ଗତିଶୀଳ ନେତୃତ୍ୱରେ ସମସ୍ତ ବିଭାଗ, ଜରୁରୀକାଳୀନ ପ୍ରତିକ୍ରିୟାକାରୀ ସଂସ୍ଥା ତଥା ସ୍ଥାନୀୟ ପ୍ରଶାସନର ସମନ୍ୱିତ ଉଦ୍ୟମରେ ଉଦ୍ଧାର, ରିଲିଫ୍‌, ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି। ଯାହାଦ୍ୱାରା ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା କଲ୍ୟାଣ, ଶୀଘ୍ର ସ୍ୱାଭାବିକ ଜୀବନକୁ ଫେରାଇ ଆଣିବା ସୁନିଶ୍ଚିତ ବୋଲି ଜିଲାପାଳ ଶ୍ରୀ ଉପାଧ୍ୟାୟ କହିଛନ୍ତି।