Odiapua.com

ଭଦ୍ରକ ଜିଲାରେ ବାତ୍ୟା ପ୍ରଭାବିତଙ୍କ ପାଖରେ ଖାଦ୍ୟ ପହଞ୍ଚାଇଲେ ଭଦ୍ରକ ବିଧାୟକ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ବାତ୍ୟା ୟାସ୍ରେ ପ୍ରଭାବିତଙ୍କ ପାଖରେ ଏବେ ଖାଦ୍ୟ ପହଞ୍ଚାଉଛନ୍ତି ଭଦ୍ରକ ବିଜୁ ଓ ଛାତ୍ର ଦଳର ନେତୃବୃନ୍ଦମାନେ। ବାତ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରୋଷେଇ ସାମଗ୍ରୀ ବଣ୍ଟନ ଅବସରରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କି ବିଧାୟକ ଦେବୀରଂଜନ ତିପ୍ରାଠୀ ପ୍ରମୁଖ ଉପସ୍ଥିତ ରହି ଏ ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି। ବାତ୍ୟା ସମୟ ଠାରୁ ଶେଷଯାଏ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ନିଜେ ଉପସ୍ଥିତ ରହି କର୍ମୀଙ୍କ ସହଯୋଗରେ ବାତ୍ୟା ବିପନ୍ନଙ୍କ ପାଖରେ ଖାଦ୍ୟ ବଣ୍ଟନ କରୁଛନ୍ତି। ସ୍ଥିତିର ସୁଧାର ନଆସିବା ପର୍ଯ୍ୟନ୍ତ ଏହିଭଳି ବଣ୍ଟନ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏପର୍ଯ୍ୟନ୍ତ ମଧ୍ୟ ୟାସ୍ ପ୍ରଭାବିତ ଭଦ୍ରକ ପୌରାଞ୍ଚଳ ଓ ତଳିଆ ଅଂଚଳର ଲୋକମାନେ ଜଳବନ୍ଦୀରେ ରହିଆସୁଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଥଇଥାନ କରିବା ଦିଗରେ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।