Odiapua.com

ଭଦ୍ରକ ଜିଲାରେ ଗଣପତି ବାବାଙ୍କ ପୂଜୋତ୍ସବ ପାଳିତ

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ବିଭିନ୍ନ ସ୍ଥାନରେ ବେଶ୍ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ସହରରେ ପାରମ୍ପରିକ ଭାବେ ପାଳିତ ହୋଇଆସୁଥିବା ବୁଢା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ, କାଞ୍ଚନ ଗଣେଶ, କୁନି ଗଣେଶଙ୍କ ପୀଠ ଗୁଡିକରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ, ବରପଦା ବୈଷୟିକ ମହାବିଦ୍ୟାଳୟ, ମାର୍କୋୱେବ୍ ଟେକ୍ନୋଲୋଜି, ରୟାଲ ଆବାସିକ ମହାବିଦ୍ୟାଳୟ, ଚରମ୍ପା ଅବନ୍ତିକା କଲେଜ, ବିନାୟକ ମହାବିଦ୍ୟାଳୟ, ପ୍ରେସିଡେନ୍ସି ମହାବିଦ୍ୟାଳୟ, ସାଳନ୍ଦୀ ରେସିଡେଣ୍ଟିଆଲ, ଆରିହଣ୍ଟ ଏକାଡେମୀ, ସମେତ ଜିଲ୍ଲା ସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟ, ବାଘୁରାଇ ସ୍କୁଲ, ଏନ୍ସି ହାଇସ୍କୁଲ, ଆରସିବିଏଲ୍ ହାଇସ୍କୁଲ, ଚରମ୍ପା ବାଲିକା ବିଦ୍ୟାଳୟ, ନୂଆବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାଳୟ, ସନସାଇନ୍ ସ୍କୁଲ, ସତ୍ୟସାଇ ବିଦ୍ୟା ବିହାର ଏବଂ ଚମ୍ପ୍ୟାୟନ କ୍ଲବ, ଟାଉନ୍ ହଲ ଛକ, ଭଦ୍ରକ ବ୍ଲକ୍ କଲୋନୀ, ଡିଗି ସାହିର ଫ୍ରେଣ୍ଡସ୍ କ୍ଲବ୍‌, ବଙ୍କସାହି ଯୁବକ ସଂଘ କ୍ଲବ୍‌, ହିନ୍ଦୁସ୍ଥାନ ସମାଚାର ଅଫିସ୍‌, ଲୋକନାଥ ମନ୍ଦିର, ଦକ୍ଷିଣଶ୍ୱର କାଳୀ ମନ୍ଦିର ଗଣେଶ, ମଣିସାହି ୟୁଥ୍ କ୍ଲବ୍‌, ଭଦ୍ରକ ଠିକାଦାର ସଂଘ ଭଳି ବିଭିନ୍ନ ସ୍ଥାନରେ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ଶଙ୍ଖ ଓ ଘଣ୍ଟଧ୍ୱନି ମଧ୍ୟରେ ଆରମ୍ଭ ହୋଇଛି। ବିଶେଷକରି ନରିପୁର (ଅସ୍ଥଳ) ର ଚମ୍ପିୟାନ କ୍ଲବ୍ ପ୍ରତିବର୍ଷ ବିଭିନ୍ନ ନୂତନ ଢଙ୍ଗରେ ଗଣେଶ ମୂର୍ତ୍ତି ପୂଜା କରିଆସୁଥିବାବେଳେ ଚଳିତବର୍ଷ କାଉଁରିଆ କାଠିରେ ନିର୍ମିତ ବିଘ୍ନ ବିନାଶକଙ୍କ ମୂର୍ତ୍ତି ବେଶ୍ ଚିତ୍ତାକର୍ଷକ ହୋଇଛି। ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ବାସଭବନରେ ଆୟୋଜିତ ଏହି ପୂଜା ଓ ବନ୍ଧୁ ମିଳନ ଉତ୍ସବରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।