Odiapua.com

ଭଦ୍ରକ ଜିଲାକୁ ଶିଶୁ ଶ୍ରମିକ ଉଛେଦ କରିବାକୁ ଅନ୍ଦୋଳନର ଆବଶ୍ୟକତା- ଡ. ମହାବୀର ଜେନ୍

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭିଭିଗିରି ଜାତୀୟ ଶ୍ରମକାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଡ଼. ମହାବିର୍ ଜେନ୍‌ଙ୍କ ତିନିଦିନିଆ ଭଦ୍ରକ ଗ୍ରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋସାଇଟି ଫର୍ ଉଇଦର କମୁନ୍ୟିଟି ଆସିଆନାରେ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଇଲ୍‌ଡ଼ ଲାଇନର କର୍ମକର୍ତ୍ତା, ଆସିଆନା ଓପନ୍‌ସେଲଟର ହୋମ୍ ଓ ସୁଧାର ଗୃହର କର୍ମକର୍ତ୍ତା ଏବଂ ଯୋଗୀରୋଷୀ ଆଶ୍ରମର ଅଧ୍ୟକ୍ଷ ଓ ବାଲେଶ୍ୱର ଓ.ଏ.ଏସ.ଆଇ.ଏସ୍‌. କଲେଜରୁ ଆସିଥିବା ଛାତ୍ରୀ ଓ ଚାଇଲ୍‌ଡ଼ ଲାଇନ୍ ସବ୍‌ସେଂଟର କର୍ମକର୍ତ୍ତମାନେ ଶିବିରରେ ଅଂଶ ଗ୍ରହଣ କରିଥିଲେ । ପରେ ଡ଼. ଜେନ୍ ମହୋଦୟ ଆସିଆନା ସୁଧାର ଗୃହ, ଗାନ୍ଧୀ ବାଳାଶ୍ରମ, ଶାନ୍ତି ଆଶ୍ରମ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଓ ଭଦ୍ରକ ଏସ୍‌ପି ଚରଣସିଂ ମୀନାଙ୍କୁ ସାକ୍ଷାତ କରି ଜିଲ୍ଲାରେ କିପରି ଶିଶୁ ସୁରକ୍ଷା ଆଇନ୍‌କୁ କଡ଼ାକଡ଼ିଭାବେ ଲାଗୁକରିବା ପାଇଁ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ମହୋଦୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟକେତନ ସାହୁଙ୍କୁ ଜିଲ୍ଲାରେ ଶିଶୁଶ୍ରମିକ ଅଛନ୍ତି ସେ ବିଷୟରେ ସର୍ଭେ କରିବା ପାଇ ଆଦେଶ ଦେବା ସଂଗେ ସଂଗେ ଜିଲ୍ଲା ଟାକ୍ସ ଫୋର୍ସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ ।

ପରେ ଜିଲ୍ଲା ଶିଶୁମଙ୍ଗଳ କମିଟିର ସଭାଗୃହରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିଶୁମଙ୍ଗଳ କମିଟିର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର କର, ସଦସ୍ୟ ସତ୍ୟସୁନ୍ଦର ପୁହାଣ, ସଦସ୍ୟା ସଂଗୀତା ଗିରି, ସ୍ମୃତିରେଖା ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ଶଶି ଯେନା ଓ ଚାଇଲ୍‌ଡ଼ ଲାଇନ୍‌ର ନିର୍ଦ୍ଦେଶିକା ସୋଫିଆ ସେକ, ଚାଇଡ୍ ଲାଇନ୍ ସବ୍ ସେଣ୍ଟର ନିର୍ଦ୍ଦେଶକ ଦେବବ୍ରତ ଦାସ ପ୍ରମୁଖ ଭଦ୍ରକ ଜିଲ୍ଲାକୁ କିପରି ଶିଶୁଶ୍ରମିକ ମୁକ୍ତ ଜିଲାଭାବେ କରାଯାଇପାରିବ ସେଥି ଉପରେ ଆଲୋଚନା କରିଥିଲେ । ଶେଷରେ ଶ୍ରମିକନେତା ଦିବ୍ୟସିଂ ନାୟକଙ୍କ ନେତୃତ୍ୱରେ ସିଟୁର ଏକ ଟିମ୍ ଡ଼. ଜେନଙ୍କ ସହିତ ଶିଶୁଶ୍ରମକଙ୍କ ସମସ୍ୟା ଓ ତାର ନିରାକରଣ ଉପରେ ପୁଂଖାନୁପୁଖ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ସିଦ୍ଧାନ୍ତ ହୋଇଥିଲା ଯେ ଯେଉଁ ସ୍ଥାନରେ ଯଥା ହୋଟେଲ, ଢାବା,ଗ୍ୟାରେଜ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଘରୋଇ କାର୍ଯ୍ୟରେ ଶିଶୁଶ୍ରମିକ ନିୟୋଜିତ ଥିଲେ ତାଙ୍କ ବିରୋଧରେ ଦୃଢ ସ୍ୱର ଉତ୍ତୋଳନ କରିବା ସହିତ ଉକ୍ତ ଜାଗାକୁ ବର୍ଜନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା କରିବାକୁ ମତପ୍ରକାଶ କରିଥିଲେ । ଏଥିରେ ସିଟୁର ଅନ୍ୟ ପ୍ରମୁଖ ନେତା ତଥା ଚନ୍ଦ୍ରଶେଖର ନାୟକ, ରାଧା ଦାସ, ନିରଞ୍ଜନ ପାଣି, ବାମଦେବ ମିଶ୍ର, କାଳନ୍ଦୀ ପାତ୍ର, ନବ ବେହେରା, ପୂର୍ଣ୍ଣ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଆସିଆନାର ସଂଯୋଜକ ରିଆଜ୍ ଅହମ୍ମଦ, ସୁଧାର ଗୃହର ଅଧ୍ୟକ୍ଷ ସବାନା ସେକ୍‌, ପରାମର୍ଶ ଦାତ୍ରୀ ଅନୀମା ପଣ୍ଡା, ଚାଇଲ୍‌ଡ଼ ଲାଇନ୍‌ର ସଂଯୋଜିକା ସରସ୍ୱତୀ ମହାରଣା ଓ ଆସିଆନା ଓପନ୍ ସେଂଟର ହୋମର ଭାଗ୍ୟଶ୍ରୀ ମହାକୁଡ଼ ଓ ବିକାଶ ରାଉତ ପ୍ରମୁଖ ସହଯୋଗ କରିଥିଲେ ।