ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅଭାବନୀୟ ମୃତ୍ୟୁକୁ ନେଇ ଆଜି ରାଜ୍ୟବ୍ୟାପୀ ପ୍ରତିବାଦର ସ୍ୱର ଉଠିଥିବାବେଳେ ଭଦ୍ରକ ବିଜେଡି ଛାତ୍ର ନେତା ଭାସ୍କର ମହାଳିକଙ୍କ ନେତୃତ୍ୱରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଦ୍ରକ କଲେଜ ସମ୍ମୁଖରେ ବହୁ ଛାତ୍ରଛାତ୍ରୀ ଏହି ମୃତ୍ୟୁ ପଛରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀ ପରୋକ୍ଷରେ ଦାୟୀ ଥିବାବେଳେ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଥିଲେ। ଏବଂ ସେମାନଙ୍କର କୁଶ ପୁତଳିକା ଦାହ କରିଥିଲେ।