Odiapua.com

ଭଦ୍ରକ : ଛାତ୍ର କଂଗ୍ରେସ ପକ୍ଷରୁ କମ୍ପନ ପଦଯାତ୍ରା , ଚୋରା ନିଶା କାରବାର ବନ୍ଦ ନହେଲେ ଆଗାମୀ ଦିନରେ ନବିନ ନିବାସ ଘେରାଉ

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ବଢିଚାଲିଥିବା ବ୍ରାଉନ୍‌ସୁଗାର ଓ ଦେଶି ମଦ ଚୋରା କାରବାର ପାଇଁ ଛାତ୍ର ସମାଜ ପଥଭ୍ରଷ୍ଟ ହେଉଥିବାର ପ୍ରତିବାଦ କରି ଛାତ୍ର କଂଗ୍ରେସ ପକ୍ଷରୁ କମ୍ପନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ବାହାରି ସହର ପରିକ୍ରମା କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚବା ପରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ୍‌ଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜ ଯୋଗଦେଇ ଖୋଦ ବିଧାୟକଙ୍କ ଛତ୍ରଛାୟାତଳେ ରହି ସରକାର ଦଳର ଇଙ୍ଗିତରେ ଏସବୁ କାର୍ଯ୍ୟ ଚାଲୁଥିବାବେଳେ ତୁରନ୍ତ ଏ ସମସ୍ତ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରାଯାଉ, ନଚେତ୍ ଆଗାମୀ ଦିନରେ ନବିନ୍ ନିବାସ ଛାତ୍ର କଂଗ୍ରେସ ପକ୍ଷରୁ ଘେରାଉ କରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଭାବେ ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ରୋସନ୍ ଲାଲ୍ ବିନ୍ଦୁ ଛାତ୍ର ଚାକିରି ମାଗୁଥିବାବେଳେ ସରକାର ସେମାନଙ୍କୁ ମଦ ଆଉ ବ୍ରାଉନ୍‌ସୁଗାର ଯୋଗାଉଛି, ସେହିଭଳି ଛାତ୍ର ମେଡିକାଲ କଲେଜ ଚାହୁଁଥିବାବେଳେ ସରକାର ଗୁଣ୍ଡା ଲଗାଇ ମାଡ ମାରୁଥିବା ବେଳେ ଏ ସରକାର ଠାରୁ କଣ ଆଶା କରାଯାଇପାରେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ଚାନ୍ଦବାଲି ନେତା ଦିଗମ୍ବର ଦାସ, ଧାମନଗର ନେତା ବିଦ୍ୟାଧର ଜେନା, ଛାତ୍ର ନେତା ନିହାର ବେହେରା, ଆଶିଷ କୁମାର ମାହୁନ୍ତ, ସୌମରଞ୍ଜନ ବାରିକ୍‌, ସତ୍ୟବ୍ରତ ବାରିକ୍‌, ସାଦ୍ଧ ସିଦ୍ଧିକ୍‌, ବିକ୍ରମ ସେନାପତି ସମେତ ପୂର୍ବତନ ଛାତ୍ର ନେତା ଅଭିଜିତ୍ ଜେନା, ହେମନ୍ତ ମହାପାତ୍ର, ସତ୍ୟ ପୁହାଣ ଉପସ୍ଥିତ ରହି ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ସଭା ଶେଷରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାର ଜୀବନଜୀବିକା, ସୁରକ୍ଷା ଓ ସ୍ୱାଭିମାନ୍ ରକ୍ଷା ନିମନ୍ତେ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।