ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – ଭଦ୍ରକ କ୍ଲବ ପରିସରରେ ‘ଭଦ୍ରକ ଚିନ୍ତନ ଚକ୍ର’ର ୧୫୯ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଅଟଳ ବିହାରୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆସରରେ ମଦନ ମୋହନ ମହାକୁଡ଼ ଭିତି ପ୍ରବନ୍ଧ ‘ବିବାହ ବ୍ୟବସ୍ଥାରେ ବର୍ତମାନ ଓ ଭବିଷ୍ୟତର ସ୍ଥିତି’ ଉପରେ ନିଜର ପ୍ରବନ୍ଧ ପାଠ କରିଥିଲେ। ଆଲୋଚନାରେ ଅଂଶ ଗ୍ରହଣ କରି ନିଜନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ ପ୍ର. ଡ. ଗୋଲକ ବିହାରୀ ସାହୁ, ଫେକର ଡିଜିଏମ୍ ଗଙ୍ଗାଧର ମଲ୍ଲିକ, ରମେଶ ଚନ୍ଦ୍ର ନାୟକ, ରୋଟାରିଆନ୍ ଗୟାଧର ପଣ୍ଡା, କବି ହରିଶ ଦାସ, ପ୍ରାଧ୍ୟାପକ ରତିକାନ୍ତ ଦାସ ଓ ବିଜୟ କୁମାର ସେନାପତି। ଧନ୍ୟବାଦ ଅର୍ପଣ କରିଥିଲେ ସମ୍ବିତ ମିଶ୍ର ଏବଂ ସଭା ପରିଚାଳନା କରିଥିଲେ ରାଜିବ କୁମାର ରାଉତ।