Odiapua.com

ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ଛକ ନିକଟରେ ଅପରାହ୍ନରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସାଇକେଲ ଆରୋହୀ ଙ୍କୁ ପିଟି ଲା ଏକ କାର। କାରଟି ଓଡି-୦୫-କେ-୭୦୭୧ ଗାଡ଼ିଟି ଭଦ୍ରକ ଆଡୁ ଚାନ୍ଦବାଲି ଜଉଥିବା ସମୟରେ ଚନ୍ଦନ ପୁର ଛକ ନିକଟରେ ଘଟିଛି ଏପରି ଏକ ସଡ଼କ ଦୁର୍ଘଟଣା। ସ୍ଥାନୀୟ ଲୋକେ ସାଇକେଲ ଆରୋହୀ ଙ୍କୁ ଉଦ୍ଧାର କରି ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆମ୍ବୁଲାନ୍ସ ଯୋଗେ ପଠାଇଛନ୍ତି।ଖବର ପାଇ ଚାନ୍ଦବାଲି ଥାନା ର ଆଇଆଇସି ପଂଚାନନ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦବାଲି ପୋଲିସ ପହଞ୍ଚି ଗାଡ଼ିଟି କୁ ଜବତ କରିଛି।ପରେ ଚାନ୍ଦବାଲି ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସାଇକେଲ ଆରୋହୀ ଅକ୍ଷୟ ସାହୁଙ୍କୁ ମୃତ ଘୋଷଣା କରିଥିଲେ।