ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଭଦ୍ରକ ଜିଲାବାସୀ ନୁହଁନ୍ତି, ପଡୋଶୀ ୬ଟି ଜିଲା ସମେତ ଦେଶ ବିଦେଶରୁ ଆସୁଥିବା ରେଳଯାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ଚରମ୍ପା ରେଳଷ୍ଟେସନକୁ ସଂଯୋଗ କରିବା ସହ ଭଦ୍ରକ ସହରର ଏକ ମୁଖ୍ୟ ଆର୍ଥିକ ଓ ଯାତାୟତ ମାର୍ଗ ଭାବେ ପରିଚିତ ଭଦ୍ରକ ଚରମ୍ପା ଫିଡର ରୋଡ୍ର ଉନ୍ନତିକରଣ ଓ ପ୍ରଶସ୍ତିକରଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ସାଂସଦ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଓଡ଼ିଶା ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଭିତିପ୍ରସ୍ଥର ସ୍ଥାପନ ଉତ୍ସବରେ ସାଂସଦ ଶ୍ରୀ ସେଠୀ ଓ ବିଧାୟକ ଶ୍ରୀ ମହାପାତ୍ର ଏହି ସରକାର ଲୋକଙ୍କ ସରକାର। ୪ କୋଟି ବ୍ୟୟରେ ୪ ଲେନ୍ ବଶିଷ୍ଟ ଏହି ରାସ୍ତା ନିର୍ମାଣ ସହ ଉନ୍ନତ ଡ୍ରେନେଜ୍, ଡିଭାଇଡର, ପଥଚାରୀଙ୍କ ଚଲାରାସ୍ତା ଓ ଆଧୁନିକ ସୌନ୍ଦର୍ଯ୍ୟକରଣ ସହ ଏହି ପ୍ରକଳ୍ପ ଭଦ୍ରକର ଉନ୍ନତିକୁ ଏକ ନୂଆ ଗତି ଦେବ ବୋଲି କହିଛନ୍ତି। ଏବଂ ଏହି ରାସ୍ତା ନିର୍ମାଣ ପାଇଁ ଦୀର୍ଘବର୍ଷରୁ ଉଭୟ ପାଶ୍ୱର୍ରେ ଦୋକାନ ବଜାର କରି ବ୍ୟବସାୟ କରିଆସୁଥିବା ବ୍ୟକ୍ତି ଉଚ୍ଛେଦରେ ସହାୟତା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହ ଯଥାଶୀଘ୍ର ସେମାନଙ୍କ ଥଇଥାନ ପାଇଁ ମାର୍କେଟ୍ କମ୍ପେ୍ଲକ୍ସ ଜରିଆରେ ଏ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ବିଶିଷ୍ଟ ସମାଜସେବୀ ଶିଶିର ମିଶ୍ର, ଭଦ୍ରକ ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଜେଇ ଉତମ ନାୟକ, ମା’ ଭଦ୍ରକାଳୀ ମଣ୍ଡଳ ସଭାପତି ପିଂଟୁ ମହାପାତ୍ର, ସନ୍ତୋଷ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମାଜସେବୀ ତଥା ତ୍ୟାଗଭୂମିର ପ୍ରତିଷ୍ଠାତା ଅଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଭଦ୍ରକ-ଚରମ୍ପା ରେଳଷ୍ଟେସନ ଫିଡର ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????