ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି, ଶିକ୍ଷାବିତ ବିଜୟ କୁମାର ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆସନ୍ତା ଅକ୍ଟୋବର ୪ତାରିଖର ରବିବାର ଚରମ୍ପାସ୍ଥିତ ଅଗ୍ରସେନ ଭବନ ପରିସରରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ବିଜୟ କୁମାର ଜେନା ସ୍ମୃତି ସଂସଦର ଆବାହକ ତଥା ଓଡିଶା କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି ଧିରେନ ପଲାଇଙ୍କ ସଭାପତିତ୍ୱରେ ଚରମ୍ପା ହ୍ୟାପି ହୋମ ସ୍କୁଲ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ମେଡ଼ିସିନ, ସ୍ନାୟୁ ବିଭାଗ, ଗ୍ୟାଷ୍ଟ୍ରୋଲୋଜି, ଅଙ୍କ ଲୋଜି, ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ହୃଦରୋଗଓ ଅନ୍ୟାନ୍ୟ ବିଭାଗର ବିଶେଷଜ୍ଞ ମାନେ ଯୋଗ ଦେବେ ବୋଲି ସ୍ୱର୍ଗତ ବିଜୟ କୁମାର ଜେନାଙ୍କ ପୁତ୍ର ଡ଼ ଅନୁରାଗ ଜେନା ସୂଚନା ଦେଇଥିଲେ। ରୋଗୀମାନଙ୍କର ବିଭିନ୍ନ ପ୍ରକାର ଟେଷ୍ଟ ବି ମାଗଣାରେ ହେବ ବୋଲି ଅନ୍ୟତମ ପୁତ୍ର ଇ ଅନୁପମ ଜେନା ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲାଇ, ରୋଟାର୍ୟିାନ ଶିଶିର କୁମାର ମିଶ୍ର, ଆଇନଜୀବି ପବନ ଶର୍ମା, ଆଇନଜୀବି ଅ ତିଶ କୁମାର ବେହେରା,ଭଦ୍ରକ କ୍ରିକେଟ ଆସୋସିଏସନର ସଭାପତି ଜତିକାନ୍ତ ନାୟକ,ଭଦ୍ରକ କ୍ରିକେଟ ଆସୋସିଏସନର ସଭାପତି ଉପେନ୍ଦ୍ର ବାରିକ,ରୋଟାର୍ୟିାନ ସୀତାକାନ୍ତ ଦାସ, ବେଦ ପ୍ରକାଶ ଗୁପ୍ତା,ସମାଜସେବୀ ରତିକାନ୍ତ ପରିଡା,ବ୍ୟୋମକେଶ ସେନାପତି,ତାଓ ର ସଭାପତି ରବି ନାରାୟଣ ପାଣିଗ୍ରାହୀ,ଲକ୍ଷ୍ମୀ କାନ୍ତ ଷଡ଼ଙ୍ଗୀ,ବିଜୟ କୁମାର ଲାଖନୀ,ପାର୍ଥସାରଥୀ ଗୁହା ରାୟ,ଲକ୍ଷ୍ମୀଧର ଜେନା,ଶୁଶିଲ ପଟ୍ଟନାୟକ,ଅରୁଣ ମଜୁମଦାର,ଗୋପାଲ ଲାଖନୀ, ବିଦ୍ୟାଧର ବାରିକ,ହରିହର ବେହେରା,ଅଜୟ ଧଳ, ବିଜୟ ଗୁପ୍ତା, ଦିଲ୍ଲୀପ ନାୟକ, ତପନ କୁମାର ପଣ୍ଡା, ରବିନାରାୟଣ ଓଝା ଓ ରୁଦ୍ର ବାରିକ ଯୋଗ ଦେଇ ଏହି କ୍ୟାମ୍ପକୁ ସଫଳ କରିବାକୁ ଆହୁନ ଦେଇଥିଲେ। ଏଠାରେ ସ୍ମରଣଯୋଗ୍ୟ ଗତ ବର୍ଷ ଅକ୍ଟୋବର ୭ତାରିଖରେ ଶ୍ରୀ ଜେନାଙ୍କର ହୃଦଘାତରେ ପରଲୋକ ଘଟିଥିଲା।