Odiapua.com

ଭଦ୍ରକ କଲେଜ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହାବିଦ୍ୟାଳୟର ୧୯୮୨ ମସିହା ସ୍ନାତକୋଭୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୫ମ ବାର୍ଷିକ ବନ୍ଧୁ ମିଳନ ଉତ୍ସବ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମା ଗଡ଼ଚଣ୍ଡିଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦିବଂଗତ ବନ୍ଧୁ ବାନ୍ଧବୀ ମାନେ ଆତ୍ମାର ସଦ୍‌ଗତି ନିମିତ୍ତ ନିରବ ପ୍ରାର୍ଥନା କରାଯାଇଥିଲା । ଭାସ୍କର ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ସଂଗୀତ ନିଦ୍ଦେର୍ଶକ ସୁବାଷ ରାମ ଓ ରାମ ନାରାୟଣ ମହାନ୍ତି ପ୍ରାରମ୍ଭରେ ଭଜନ ପରିବେଷଣ କରିଥିଲେ । ଫ୍ରେଣ୍ଡସ୍ ଆସୋସିଏସନ୍ ୮୨ର ସଭାପତି ଅଭିମନ୍ୟୁ ବେହେରା, ସମ୍ପାଦକ ଅରୁଣ ଲାଖାନି, କୋଷାଧ୍ୟକ୍ଷ ଜେପି ମେହେଟ୍ଟା ଉଦେଶ୍ୟ ଜ୍ଞାପନ ଓ ସ୍ୱାଗତ ଭାଷଣ ରଖିଥିଲେ । ଶିକ୍ଷକ କେଶବ ଚନ୍ଦ୍ର କର ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ଓଡ଼ିଶା ଖ୍ୟାତନାମା ନାଟ୍ୟକାର ତଥା ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ, ପ୍ରାଧ୍ୟାପକ ମହେନ୍ଦ୍ର ସାହୁ, ନାରାୟଣ ଚନ୍ଦ୍ର ଜେନା, ଶିବ ଚରଣ ବଳ, ବାଳକୃଷ୍ଣ ସେନାପତି, ଆଦିତ୍ୟ ମିଶ୍ର, କୈଳାଶ ବାରିକ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ,ଶ୍ରୀଚରଣ ମଲ୍ଲିକ, ଧୀର ଲେଙ୍କା,ବିଜୟ କୁମାର ଦାସ,ଲକ୍ଷ୍ମୀଧର ପଣ୍ଡା, ସୁଦର୍ଶନ ପଣ୍ଡା, ବସନ୍ତ ପ୍ରଧାନ, ଇନ୍ଦୁପ୍ରଭା ସାହୁ, ଝରଣା ଦାସ, ମହେଶ ନାୟକ, ସୁରେନ୍ଦ୍ର ଶୁକ୍ଲା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଗତ ଦିନର ସ୍ମୃତି, ଅନୁଭୂତି ଆଦାନ ପ୍ରଦାନ କରିଥିଲେ । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ ବନ୍ଧୁ ନିଜର ଧର୍ମ ପତ୍ନୀଙ୍କ ସହ ସାମିଲ ଥିଲେ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ପଲ୍ଲୀ ଭାରତୀ ବିଶ୍ୱବିଦ୍ୟାଳୟ କରିବା ପାଇଁ ପୂର୍ନଃବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସର୍ବ ସମ୍ମତି ନିଷ୍ପତି ଗ୍ରହଣ କରାଯାଇଥିଲା ।