Odiapua.com

ଭଦ୍ରକ କଲେଜର ୧୯୭୫ ରୁ ୧୯୭୯ ବ୍ୟାଚ୍‌ର ବନ୍ଧୁମିଳନ

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲେଜର ୧୯୭୫ ରୁ ୧୯୭୯ ମସିହା ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ଆଜି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବରେ ସେହି ବ୍ୟାଚ୍‌ରେ ଅଧ୍ୟାପକ ଥିବା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର ଓ ଅବସରପ୍ରାପ୍ତ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଡ. ବ୍ରଜମୋହନ ମିଶ୍ର ଯୋଗଦେଇ ଉକ୍ତ ବ୍ୟାଚ୍‌ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମହାବିଦ୍ୟାଳୟର ବିକାଶ ଦିଗରେ ସେମାନଙ୍କର ସହଯୋଗ କାମନା କରିଥିଲେ । ବିଶେଷକରି ସେତେବେଳର ଶୈକ୍ଷିକ ପରିବେଶ ଏବେ ବହୁମାତ୍ରାରେ ନିମ୍ନଗାମୀ ହୋଇଥିବାରୁ ତାହା ପୂରଣ ଦିଗରେ ଏକଦା ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଥାଇ ଏବେ ଡାକ୍ତର, ଇଂଜିନିୟର, ଓକିଲ, ସମାଜସେବୀ, ଆଇନ୍‌ଜୀବୀ, ଅଧ୍ୟାପକ ଓ ଶିକ୍ଷାବିତ୍ ଥିବା ବନ୍ଧୁମାନେ ଆଗେଇଆସିବାକୁ ଆହ୍ୱାନ ଦେଇଥିଲେ । ଏହି ବନ୍ଧୁମିଳନରେ ପ୍ରାୟ ୭୦ ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କର ପୁରୁଣା ସ୍ମୃତିର ରୋମନ୍ଥନ କରି ଏଭଳି ଏକ ଗୌରବମୟ ଶିକ୍ଷାୟତନରେ ସେମାନେ ନିଜର ଭବିଷ୍ୟତ ଗଢିଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ । ଶେଷରେ ପୁରାତନ ଛାତ୍ର ତଥା ଅଧ୍ୟାପକ ସଂଗ୍ରାମ ମହାନ୍ତି ବିଭିନ୍ନ ଦୂର ସ୍ଥାନରେ ଥାଇ ଆଜି ଏଭଳି ଏକ ବନ୍ଧୁମିଳନରେ ସମସ୍ତେ ଯୋଗଦେଇଥିବାରୁ ଧନ୍ୟବାଦ ଦେଇଥିଲେ ।